ପ୍ରାଚୀ ମହୋତ୍ସବ ଉଦ୍‌ଯାପିତ

ଫୁଲନଖରା : ଏପ୍ରିଲ ୧ ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ କୁରାଙ୍ଗଶାସନସ୍ଥିତ ହୋଟେଲ ଆମ୍ରପଲ୍ଲୀ ରିସର୍ଟ୍ସ ପରିସରରେ ୬ଦିନ ଧରି ଚାଲିଥିବା ‘ପ୍ରାଚୀ ମହୋତ୍ସବ–୨୦୨୩’ ଉଦ୍‌ଯାପିତ ହୋଇଛି।

ଏହି ଉପଲକ୍ଷେ ବିଭିନ୍ନ ଦିବସରେ ଆୟୋଜିତ ସ୍ବତନ୍ତ୍ର ସଭାମାନଙ୍କରେ ବିଶିଷ୍ଟ ଅତିଥିଗଣ ଯୋଗଦେଇ ପୁଣ୍ୟତୋୟା ପ୍ରାଚୀ ନଦୀ ଓ ଏହାର ଅବବାହିକାର ଉତ୍‌ଖନନ, ପୁନରୁଦ୍ଧାର, ଉପଯୋଗ, ସୁରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରୂପେ ବିକାଶ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଉଦ୍‌ଘାଟନୀ ସଭାରେ ବାବା ଦାମୋଦର ଦାସ, ଜୟଶ୍ରୀ ମହାପାତ୍ର, ରୋହିଣୀ ଭୋଇ ଓ ସତ୍ୟବ୍ରତ ଜେନା, ଦ୍ବିତୀୟ ଦିନରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦକୁମାର ମଲିକ, ସ୍ବାମୀ ଚିଦାନନ୍ଦ ବ୍ରହ୍ମଚାରୀ, ଇଂ.ସନ୍ତୋଷକୁମାର ସ୍ବାଇଁ, ବାସୁଦେବ ଭଟ୍ଟ ଓ ମନୋଜକୁମାର ଜେନା, ତୃତୀୟ ସଂଧ୍ୟାରେ ମାତୃପ୍ରସାଦ ମିଶ୍ର, ଇଂ.ସନ୍ନ୍ୟାସୀ ପଣ୍ତା, କୁନି ପ୍ରବଚକ କେଶବ ଦାସ ଦ୍ବିତୀକୃଷ୍ଣ, ଚତୁର୍ଥ ସଂଧ୍ୟାରେ ସ୍ବାମୀ ନିତ୍ୟ ପ୍ରେମାନନ୍ଦ ଗିରି, ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ଉଦ୍ୟୋଗପତି ସୁରେନ୍ଦ୍ରକୁମାର ପଣ୍ତା, ଇଂ.ଧିରେନକୁମାର ସାମଲ ଓ ସୟଦ ଇମତିଆଜ ଅଲ୍ଲୀ, ପଞ୍ଚମ ସଂଧ୍ୟାରେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ବାବା ସତ୍ୟାନନ୍ଦ ଦାସ ଓ ଉତ୍ତମକୁମାର ଦାସ ଏବଂ ଉଦଯାପନ ସଂଧ୍ୟାରେ ସ୍ବାମୀ ଶୁଦ୍ଧାନନ୍ଦ ସରସ୍ବତୀ ଓ ସାମ୍ବାଦିକ ପ୍ରମୋଦକୁମାର ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ।

ପ୍ରାଚୀ ପ୍ରଜ୍ଞା ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଷଦ ସଭାପତି ହଂସନାଥ ସାହୁ, ଉପଦେଷ୍ଟା ଡକ୍ଟର ଯୁଧିଷ୍ଠିର ଖଟୁଆ, ଡକ୍ଟର ମନୋଜକୁମାର ଦାସ, ଡାକ୍ତର ଚିତ୍ତରଂଜନ ମିଶ୍ର, ସ୍ବପ୍ନେଶ୍ବର ସାହୁ ଓ ଅଧ୍ୟାପକ ଚିନ୍ମୟ ଦାସ ପରିଚାଳନା କରିଥିଲେ। ପରିଷଦର ସଦସ୍ୟମାନଙ୍କଦ୍ବାରା ସାମାଜିକ ନାଟକ ‘ଭାଗ୍ୟ ଭଗାରିର ଖେଳ’ ମଞ୍ଚସ୍ଥ ହେବା ସହ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ପ୍ରାଚୀ ପ୍ରତିଭା’ ଅତିଥିଙ୍କଦ୍ବାରା ଲୋକାର୍ପଣ ହୋଇଥିଲା। ପରିଷଦର ଅଧ୍ୟକ୍ଷ ଅଶ୍ବିନୀ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ସମାରୋହକୁ ସମ୍ପାଦକ ଅନୁପ ସାସମଲ, ସରକାରୀ ଓକିଲ କବିନାରାୟଣ ଜେନା, ପଣ୍ତିତ ଅଜୟକୁମାର ପତି, କଳ୍ପତରୁ ଖୁଣ୍ଟିଆ, ଉମାକାନ୍ତ କର, କୈଳାସଚନ୍ଦ୍ର ପାତ୍ର, ପ୍ରତାପଚନ୍ଦ୍ର ପଣ୍ତା ଓ ଅରୁଣକୁମାର ସାହୁ ପରିଚାଳନା କରିଥିଲାବେଳେ ବିପିନ ବେହେରା, ଦିଲୀପ ବାରିକ, ରମେଶଚନ୍ଦ୍ର ପ୍ରଧାନ, ଭିକାରି ସାହୁ, ଦିଲୀପ ବେହେରା, ସରୋଜିନୀ ଆଚାର୍ଯ୍ୟ, କୈଳାସଚନ୍ଦ୍ର ସାହୁ, ଅକ୍ଷୟ ମହାନ୍ତି, ସୁମିତ୍ରା ସାହୁ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ମନୋରଂଜନ ଦାଶ, ଲଳିତକୁମାର ଦାଶ, ବିଷ୍ଣୁଚରଣ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର