ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ଏପରି ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ବର:  ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ । ସେ କହିଛନ୍ତି, ୭୫ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରି ବିଚରପତି ରାୟ ଶୁଣାଇଛନ୍ତି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ କି ଅନ୍ୟାୟ ମିଳିଛି ମୁଁ ଜାଣିନି । ସେ ସମୟରେ ମୁଁ ଇସ୍ତଫା ଦେଇଥିଲି।  ବର୍ତମାନ କ୍ଷୀର ପାଣି ଅଲଗା ହୋଇଛି । ସତ୍ୟର ଜୟ ହୋଇଛି । କେମିତି ପୀଡିତାର ମୃତ୍ୟୁ ଘଟିଛି, ସେ କଥା ପୋଲିସ ଖୋଜିବ । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି।

ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଏହା ପରେ ଏବେ ପ୍ରଶ୍ନ ଉଠୁଛି, ଯଦି ଅପରାଧୀ ନିର୍ଦ୍ଦୋଷ ତେବେ ପୀଡ଼ିତାଙ୍କୁ ମାରିଲା କିଏ?  ସେ ମଲେ କେମିତି ? ଆଉ ପୀଡିତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?  ସବୁଠାରୁ ବଡ କଥା ହେଲା, ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ନଥିଲେ । କ୍ରାଇମବ୍ରାଞ୍ଚ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର କୌଣସି  ପ୍ରମାଣ କୋର୍ଟରେ ଉପସ୍ଥାପନ କରିପାରି ନଥିଲା । ଫଳରେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

File Photo

୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରୁ  ଆସିଥିଲା ଏହି ଗଣଦୁଷ୍କର୍ମ ଅଭିଯୋଗ । କିଛି ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ପ୍ରାଣ ହରାଇଥିଲେ ପୀଡିତା । ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପିପିଲି ଗଣଦୁଷ୍କର୍ମ ମାମଲାର ସେ ସମୟରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏବେ କୋର୍ଟଙ୍କ ରାୟ ପରେ କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ବଡ ଘଟଣାକୁ କ୍ରାଇମବ୍ରାଞ୍ଚ କିଭଳି ହାଲୁକା ଭାବେ ନେଲା ସେ ନେଇ ବି ସନ୍ଦେହ ସୃଷ୍ଟି ହୋଇଛିି । ଗତକାଲି ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

 

ସମ୍ବନ୍ଧିତ ଖବର