ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ

ଭୁବନେଶ୍ୱର : ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କେତେକ ସର୍ତ୍ତ ସହ ୫୦ ହଜାର ଟଙ୍କା ଲେଖାଏଁ ଦୁଇଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ପ୍ରଦାନ କରାଯାଇଛି । କୋର୍ଟ ରଖିଥିବା ବିଭିନ୍ନ ସର୍ତ୍ତ ମଧ୍ୟରେ ରହିଛି ସେ ସାକ୍ଷୀମାନଙ୍କୁ ଧମକେଇବା ବା ପ୍ରଭାବିତ କରିବେ ନାହିଁ ଓ ପୁଲିସକୁ ତଦନ୍ତରେ ସହଯୋଗ କରିବେ । ସ୍ୱାସ୍ଥ୍ୟଗତ କାରଣରୁ ସେ ଏବେ ଡାକ୍ତରଖାନାରେ ରହିଛନ୍ତି ।

ଗତ ୨୧ ତାରିଖ ରାତିରେ ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ବାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସ ଟିମ୍ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ପ୍ରଦୀପ ମହାରାଥୀ । କର୍ତ୍ତବ୍ୟରତ ଅବସ୍ଥାରେ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ମାଜିଷ୍ଟ୍ରେଟଙ୍କ ବୟାନ ପରେ ପୁଲିସ ବିଧାୟକ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଡାକି ପଚରାଉଚରା କରିବା ପରେ ଗିରଫ କରିଥିଲା । ମହାରଥୀଙ୍କ ବିରୋଧରେ ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଦଫା ୧୭୧ ବି, ୧୮୬ ଏବଂ ୧୨୩ ଆଧାରରେ ମାମଲା ରୁଜୁ ହୋଇଥିଲା ।

ସମ୍ବନ୍ଧିତ ଖବର