ଭୁବନେଶ୍ୱର : ପିପିଲି ବିଧାୟକ ପ୍ରଦୀପ ମହାରଥୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ୟାପିଟାଲ ହସ୍ପିଟାଲ୍ ନର୍ସିଂ ହୋମ୍-୩ରେ ତାଙ୍କର ଚିକିତ୍ସା କରାଯାଉଛି। ଉଚ୍ଚ ରକ୍ତଚାପ ଯୋଗୁ ସେ ଅସୁସ୍ଥ ହୋଇ ପଡ଼ିଥିବା ପ୍ରାଥମିକ ଚିକିତ୍ସା ପରେ ଜଣାପଡ଼ିଛି। ପୂର୍ବରୁ ନିର୍ବାଚନ ସମୟରେ ଜଣେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ କରିବା ଅଭିଯୋଗରେ କୋର୍ଟ ଚାଲାଣ ସମୟରେ ସେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଜାମିନ୍ ପାଇବା ପର୍ଯ୍ୟନ୍ତ ସେ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେ ଏଥିରେ ଉପସ୍ଥିତ ଥିଲେ। ସେଠାରୁ ଫେରିବା ପରେ ଶ୍ରୀ ମହାରଥୀ ଅସୁସ୍ଥ ହୋଇ ପଡ଼ିଥିବା କୁହାଯାଉଛି।
ପ୍ରଦୀପ ମହାରଥୀ ଅସୁସ୍ଥ
/sambad/media/post_attachments/wp-content/uploads/2019/05/pradip.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)