ଭୁବନେଶ୍ବର/ ପୁରୀ/ପିପିଲି : ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରିବା ଭଳି ସଙ୍ଗିନ ଅଭିଯୋଗରେ ନିର୍ବାଚନର ଠିକ୍ ଦିନକ ପୂର୍ବରୁ ପିପିଲି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ଜେଲ୍ ଯାଇଛନ୍ତି। ବିଳମ୍ବିତ ରାତିରେ ଅସୁସ୍ଥତା କାରଣରୁ ତାଙ୍କୁ ଜେଲ୍ରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଭୁବନେଶ୍ବର ସ୍ବତନ୍ତ୍ର େକାର୍ଟ ତାଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ କରିବା ପରେ ମହାରଥୀଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦଆଯାଇଥିଲା। େକାର୍ଟ କହିଥିଲେ, ଜେଲ୍ ୱାର୍ଡ ମଧ୍ୟରେ ମହାରଥୀଙ୍କୁ ଚିକିତ୍ସା କରାଯିବ। ଆବଶ୍ୟକସ୍ଥଳେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରିପାରିବେ। ତାଙ୍କ ଜାମିନ ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ।
ନିର୍ବାଚନ ଡ୍ୟୁଟିରେ ଥିବା ମାଜିଷ୍ଟ୍ରେଟ୍ ଓ ଫ୍ଲାଇଂ ସ୍କ୍ବାଡ୍ ସଦସ୍ୟଙ୍କୁ ମାଡ଼ ମାରିବା ଘଟଣାରେ ସୋମବାର ମଧ୍ୟାହ୍ନରେ ଗିରଫ ହୋଇଥିଲେ ମହାରଥୀ। ତାଙ୍କୁ ପ୍ରଥମେ ପିପିଲି କୋର୍ଟରେ ହାଜର କରାଯାଇଥିଲା। ତେବେ େଲାକ ପ୍ରତିନିଧି ଆଇନ ଅନୁସାରେ ତାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟକୁ ପଠାଇ ଦିଆଯାଇଥିଲା। ପ୍ରଦୀପ ଅସୁସ୍ଥ ଥିବା ସୂଚନା ମିଳିଛି। ଏପରିକି ତାଙ୍କ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ େସ େକାର୍ଟ ରୁମ୍ରେ ମଧ୍ୟ େବହୋସ ହୋଇଯାଇଥିଲେ।
ରବିବାର ରାତି ପ୍ରାୟ ସାଢ଼େ ୧୨ଟାରେ ମହାରଥୀଙ୍କ ଫାର୍ମ ହାଉସ୍ରେ ଟଙ୍କା ବଣ୍ଟାଯାଉଥିବା ଓ ଭୋଜି ଚାଲିଥିବା ଖବର ମିଳିଥିଲା। ଫ୍ଲାଇଂ ସ୍କ୍ବାଡ୍ ମାଜିଷ୍ଟ୍ରେଟ୍ ରବିନାରାୟଣ ପାତ୍ର, ବିଜୟ କୁମାର କରଙ୍କ ସମେତ ଏଏସ୍ଆଇ ବିନୟ ଦାସ ଓ ଦୁଇଜଣ ଭିଡିଓଗ୍ରାଫର ଫାର୍ମ ହାଉସ୍ରେ ଚଢ଼ାଉ କରିଥିଲେ। ଏହାକୁ ନେଇ ସେଠାେର ତୁମୁଳ ପରିସ୍ଥିତି ସୃଷ୍ଟି େହାଇଥିଲା। ମହାରଥୀ ଓ ତାଙ୍କ ସମର୍ଥକମାନେ ଏମାନଙ୍କୁ ତନଖି କରିବାକୁ ସୁଯୋଗ ଦେବା ପରିବର୍ତେ ନିର୍ଘାତ ମାଡ଼ ମାରିଥିବା ଶ୍ରୀ ପାତ୍ର ଅଭିଯୋଗ କରିଥିଲେ। ଏପରିକି ମହାରଥୀ ଆକ୍ରମଣ କରିବା ପାଇଁ ନିେର୍ଦଶ ଦେଇଥିବା ପୁଲିସ କହିଛି। ଘଟଣାରେ ମାଜିେଷ୍ଟ୍ରଟ୍ ଶ୍ରୀ ପାତ୍ର, ଭିଡିଓ ଗ୍ରାଫର, ପୁଲିସ ଆହତ େହାଇଥିଲେ। ଏମାନେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ େହଉଛନ୍ତି।
ଆଜି ସକାଳେ ମହାରଥୀ ତାଙ୍କର ସମର୍ଥକଙ୍କୁ ଡାକି ସେଠାରେ ପୁଲିସ ଅତର୍କିତ ଚଢ଼ାଉ କରିଥିବା କହିବା ସହ ପୁଲିସ ଉପରେ ଦୋଷ ଲଦିଥିଲେ। ଯାହାକୁ ତାଙ୍କ ସମର୍ଥକମାନେ ଫେସ୍ବୁକ୍ରେ ରେକର୍ଡ କରି ଛାଡ଼ିଥିଲେ। ଏପଟେ ମହାରଥୀ ଓ ତାଙ୍କ ସମର୍ଥକଙ୍କ ମାଡ଼ରେ ଆହତ ବିଜୟ କୁମାରଙ୍କ ଏତଲାକୁ ଭତ୍ତି କରି ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଖବର ପାଇ ଏସ୍ପି ଉମାଶଙ୍କର ଦାଶ ଘଟଣାସ୍ଥାରେ ପହଞ୍ଚି ତନାଘନା କରିଥିଲେ। ଏ ନେଇ ଡିଜିପି ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ କଥା ହୋଇଥିଲେ ଏସ୍ପି।
ଏହାପରେ ପୁଲିସ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ବିଜେଡି ଦଳୀୟ କାର୍ଯ୍ୟାଳୟକୁ ଯାଇଥିଲା। ସେଠାରୁ ମହାରଥୀଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଗିରଫ କରାଯାଇଥିବା ସୂଚନା ଦେଇଥିଲା। ଏହି ଘଟଣାରେ ଅନ୍ୟ ଜଣେ ଅଟକ ଥିବା ସୂଚନା ମିଳିଛି। ପୁଲିସ କହିଛି, ମାମଲାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ।
ମହାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ଧାରା ୩୦୭, ୩୫୪, ୩୪୧, ୩୩୨, ୧୭୧(ବି), ୧୪୭, ୧୪୮, ୧୪୯,୧୮୬ ଓ ଲୋକପ୍ରତିନିଧି ଆଇନ୍ର ଧାରା ୧୨୩ରେ ତାଙ୍କୁ େକାର୍ଟରେ ହାଜର କରିଥିଲା। ଏହା ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ପିପିଲି ଡାକ୍ତରଖାନାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା େହାଇଥିଲା। ତେବେ ପିପିଲି େକାର୍ଟରେ ପହଞ୍ଚିବା ପରେ ମହାରଥୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଜଜ୍ଙ୍କ ଚାମ୍ବର ବାହାରେ ବସିଥିବା ବେଳେ ସେ ଦେହ ଖରାପ ଲାଗୁଥିବା କହିଥିଲେ। ଜଜ୍ଙ୍କ ପାଖକୁ ଯିବା କଷ୍ଟକର ବୋଲି ତାଙ୍କ ଓକିଲ ଜଣାଇଥିଲେ। ତତ୍କାଳ ପୁଲିସ ହୁଇଲ୍ ଚେୟାର ମଗାଇଥିଲେ। ମାତ୍ର ହୁଇଲ୍ ଚେୟାରରେ ସେ ଧରି ନଥିଲେ। ନିୟମ ଅନୁସାରେ ଜଣେ ବିଧାୟକ ତଥା ମନ୍ତ୍ରୀଙ୍କ ଗିରଫ ମାମଲାର ଶୁଣାଣି ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର କୋର୍ଟରେ ହେବ। ଏଣୁ ତଳ େକାର୍ଟ ମହାରଥୀଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର େକାର୍ଟକୁ ପଠାଇ ଦେଇଥିଲେ। ଏହାପରେ ପିପିଲି ପୁଲିସ ତାଙ୍କୁ ଭୁବନେଶ୍ବର ନେଇ ଯାଇଥିଲା।
ଭୁବନେଶ୍ବର େକାର୍ଟ ବାହାରେ ହଜାର ହଜାର ସମର୍ଥକ ରୁଣ୍ଡ େହାଇଥିଲେ। ଏପରିକି ତାଙ୍କୁ ଝାରପଡା ପର୍ଯ୍ୟନ୍ତ ବି ବିଜେଡି କର୍ମୀ ଓ ସମର୍ଥକ ଯାଇଥିଲେ। ମହାରଥୀଙ୍କ ଓକିଲ ଦିବ୍ୟାଲୋକ ମହାପାତ୍ରଙ୍କ କହିବା ଅନୁଯାୟୀ, ଜାମିନ ଆବେଦନର ଶୁଣାଣି ୨୪ରେ ହେବ।
ବିଳମ୍ବିତ ରାତିରେ ଅସୁସ୍ଥତା କାରଣରୁ ଶ୍ରୀ ମହାରଥୀଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରକ୍ତରେ ସୁଗାର ଅସନ୍ତୁଳନ ଓ ଛାତିରେ ଯନ୍ତ୍ରଣା ନେଇ ତାଙ୍କୁ କ୍ୟାବିନ୍ ନମ୍ବର ୫ରେ ରଖି ଚିକିତ୍ସା କରାଯାଉଛି। ଶ୍ରୀ ମହାରଥୀଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚିକିତ୍ସା କରାଯିବା ସହ କୌଣସି ବାହାର ଲୋକଙ୍କୁ ତାଙ୍କ ପାଖକୁ ଯିବାକୁ ଦିଆଯାଉ ନାହିଁ।