ଗୋଟିଏ ଦିନରେ ଆକାଶ ପାଠକଙ୍କ ଆକାଉଣ୍ଟକୁ ପ୍ରଦୀପ ପଠାଇଥିଲେ ଅଧକୋଟି ଟଙ୍କା; ଭିଜିଲାନ୍ସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର:  ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କୋଟିପତି ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆସିଛନ୍ତି । ଖୋଳତାଡ ବେଳେ ଭିଜିଲାନ୍ସ ପାଖରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ତଦନ୍ତ ବେଳେ ଆକାଶ ଓ ପ୍ରଦୀପଙ୍କ ମଧ୍ୟରେ ଟଙ୍କା କାରବାର ନେଇ ପ୍ରମାଣ ଲାଗିଛି । ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରୁ ଏହି ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଏହି ଆକାଉଣ୍ଟରେ ଆକାଶ ପାଠକଙ୍କ ନିକଟକୁ ଚଳିତବର୍ଷ ଅଗଷ୍ଟ ୨୫ରେ ୫ ଲକ୍ଷ ଟଙ୍କା ଯାଇଥିବା ଜଣାପଡ଼ିଛି।

ସେହିଭଳି ସେପଟେମ୍ବର ୨ ତାରିଖରେ ୨ ଥରରେ ୪୦ ଲକ୍ଷ ଓ ୧୦ ଲକ୍ଷ କରି ମୋଟ ୫୦ ଲକ୍ଷ ଟଙ୍କା ପଠାଯାଇଛି । ଏହି ଟଙ୍କା ଆକାଶ ପାଠକଙ୍କ ଆକାଣ୍ଟକୁ ପ୍ରଦୀପ ପାଣିଗ୍ରାହୀ କାହିଁକି ଦେଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବଡ଼ ପ୍ରଶ୍ନ ଉଠୁଛି, ଆକାଶ ପାଠକଙ୍କ ବିଳାସପୂର୍ଣ୍ଣ ଜୀବନ ପ୍ରଦୀପ ପାଣିଗ୍ରାହୀଙ୍କ ଟଙ୍କା ଉପରେ ଚାଲୁଥିଲା କି ? ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ପାଣିଗ୍ରାହୀ ଆକାଶଙ୍କୁ କ୍ଲିନଚିଟ ଦେଇଥିବା ପ୍ରଦୀପ ଏହି ଟଙ୍କା କାରବାର ନେଇ ଅସୁବିଧାରେ ପଡିଛନ୍ତି । ଏହି ଟଙ୍କା ଆକାଶ ଚାଟାର୍ଡ ପ୍ଲେନ ଓ ହୋଟେଲରେ ରହିବା ପାଇଁ ଖର୍ଚ୍ଚ ହେଉଥିଲା କି? ଏ ନେଇ ଭିଜିଲାନ୍ସ ଜେରଦାର ତଦନ୍ତ ଆରମ୍ଭ କରିଛି ।

ପ୍ରଶ୍ନ ଉଠୁଛି, ଗୋଟିଏ ଦିନରେ ଆକାଶଙ୍କୁ ଏମିତି କ’ଣ ଦରକାର ପଡିଲା ଯେ, ପ୍ରଦୀପ ପାଣିଗ୍ରାହୀ ଅଧକୋଟି ଟଙ୍କା ପଠାଇଛନ୍ତି । ସେପଟେ ପ୍ରଦୀପଙ୍କ ସହ କିଛି ସଂସ୍ଥା ଓ ବ୍ୟକ୍ତିବିଶେଷ ବିପୁଳ ପରିମାଣର ଟଙ୍କା କାରବାର ହେଉଥିବା ତଥ୍ୟ ବି ସାମ୍ନାକୁ ଆସିଛି । ସେପେଟମ୍ବର ୨ ତାରିଖ ୨୦୨୦ରେ ଗୁରୁମୂର୍ତ୍ତି ଅଏଲ ତରଫରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରଯାଇଛି । ଭିଜିଲାନ୍ସ ଏହି ସବୁ କାରବାରର ମୂଳକୁ ପଂହଚିବା ପାଇଁ ଉଦ୍ୟମ ଆରମ୍ଭ କରିଛିା ଖାଲି ଏତିକି ନୁହେଁ, ସୂର୍ଯ୍ୟ ଫିଲିଂ ଷ୍ଟେସନ ଓ ରବୀନ୍ଦ୍ର ସାହୁଙ୍କ ତରଫରୁ ବିପୁଳ ପରିଣାର ଟଙ୍କା ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ପଠାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର