ରାଜକୀୟ ଜୀବନର ରୋଚକ କାହାଣୀ : ତିନି ଦିନ ହୋଟେଲରେ ରହିବା ପାଇଁ ପ୍ରଦୀପ ଓ ଭାବି ଜ୍ୱାଇଁ ଖର୍ଚ୍ଚ କରିଥିଲେ ୧୦ ଲକ୍ଷ ଟଙ୍କା

ମୁମ୍ବାଇ: ହୋଟେଲ୍ ତାଜ୍ ପ୍ୟାଲେସ୍ । ଏଠି ଜୀବନକୁ ଉପଭୋଗ କରିବାର ସବୁ ସରଞ୍ଜାମ ଉପଲବ୍ଧ । ଅୟସ୍ ଆରାମରେ ସମୟ କାଟିବା ପାଇଁ ଲୋଡ଼ା କେବଳ ପୁଳା ପୁଳା ଟଙ୍କା । ହୁଏତ ଯାହା, ଅଭୟ ପାଠକଙ୍କ ପରିବାର ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ପାଖରେ ଅଭାବ ନ ଥିଲା । ତାହା ହୋଇ ନଥିଲେ, ଲୋକେ ତାଲାବନ୍ଦ ଭିତରେ ଥିବା ସମୟରେ ପାଠକ୍ ଓ ପାଣିଗ୍ରାହୀଙ୍କ ପରିବାର ତାଜ୍ ପ୍ୟାଲେସକୁ ସମୟ କାଟିବାର ସୁୁଯୋଗ ବୋଲି କେମିତି ବାଛିଥାନ୍ତେ ? ଗଞ୍ଜାମ ଜିଲ୍ଲାରେ ଲୋକ କରୋନା ସଂକ୍ରମଣର କବଳିତ ହୋଇ ଛଟପଟ ହେଉଥିବା ବେଳେ ପ୍ରଦୀପ ପାଣିଗ୍ରାହୀ, ନୂଆ ବନ୍ଧୁଙ୍କୁ ଧରି ଗୋଟିଏ ମହାନଗରରୁ ଆଉ ଗୋଟିଏ ନଗରକୁ ଘୁରି ବୁଲୁଥିଲେ ।

ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇ କଳାଟଙ୍କାର ସାମ୍ରାଜ୍ୟ ଗଢ଼ିଥିବା ଆଇଏଏଫ୍ ଅଫିସର ଅଭୟ ପାଠକ୍ ଏବଂ ତାଙ୍କ ପରିବାରରେ ବନ୍ଧୁ ବାନ୍ଧିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଅୟାସୀ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଯାହାକି ଆପଣ ବିଶ୍ୱାସ କରିପାରିବେ ନାହିଁ | ସେମାନଙ୍କର ଦିନକର ହୋଟେଲ ରୁମ୍ ଭଡ଼ା ଥିଲା ୨ ଲକ୍ଷ ୭୧ ହଜାର ଟଙ୍କା । ଅଗଷ୍ଟ ମାସ ଶେଷ ସପ୍ତାହରେ ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଏଭଳି ଭାବରେ ଟଙ୍କା ଉଡାଇଥିଲେ ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର । ଲକଡାଉନ ବେଳେ ସାରା ଦେଶ ଅସୁବିଧାରେ ରହିଥିବା ବେଳେ ଏମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଅୟସ କରିଥିବା ଅଭିଯୋଗ ହୋଇଛି।


ଚାର୍ଟର ପ୍ଲେନରେ ପାଠକ୍ ପରିବାର ଏବଂ ପାଣିଗ୍ରାହୀ ପରିବାର ମୁମ୍ବାଇରୁ ଦିଲ୍ଲୀକୁ ଉଡିଯାଇଥିଲେ । ଆଉ ଦିଲ୍ଲୀର ହୋଟେଲ୍ ତାଜ୍ ପ୍ୟାଲେସରେ ବିତିଥିଲା ୩ ଦିନ । ଏହି ହୋଟେଲ ବିଲ୍ ସାମନାକୁ ଆସିବା ପରେ ସେମାନଙ୍କ ବିଳାସପୂର୍ଣ୍ଣ ଜୀବନ ସଂପର୍କରେ ଆଉ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । ସବୁଠୁ ବଡ଼ କଥା ହେଉଛି, ଏତେ ଟଙ୍କା ସେମାନଙ୍କ ପାଖକୁ କିପରି ଆସିଲା । ସେହି ରହସ୍ୟ ଖୋଲିବାକୁ ଭିଜିଲାନ୍ସ ଖୋଳତାଡ଼ କରୁଛି । ଭିଜିଲାନ୍ସ ଘଟଣାକୁ ନେଇ ଯେତିକି ଭିତରକୁ ଯାଉଛି, ତଦନ୍ତ ଯେତିକି ଆଗକୁ ଯାଉଛି, ସେତିକି ସେତିକି ଚାଂଚଲ୍ୟକର ଖବର ସବୁ ଆସିବାରେ ଲାଗିଛି ।

ସମ୍ବନ୍ଧିତ ଖବର