ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାମରେ ହୋଇଥିବା ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଏବେ ଝାରପଡ଼ା ଜେଲରେ ଅଛନ୍ତି। ସମାନ ଅଭିଯୋଗରେ ତାଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି ଠକେଇ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପ୍ରଦୀପଙ୍କ ନାମରେ ପୁଲିସ ରିମାଣ୍ଡ ଲଗାଇବା ପାଇଁ ବ୍ରହ୍ମପୁର ଏସ୍ଡିଜେଏମ୍ ଜିତେନ୍ଦ୍ରୀୟ ପାଣିଗ୍ରାହୀଙ୍କ କୋର୍ଟ ଅନୁମତି ପ୍ରଦାନ କରିଥିଲେ। ତେବେ ବ୍ରହ୍ମପୁର ଅଣାନଯାଇ ଭର୍ଚୁଆଲ୍ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ଆବେଦନ କରି ତାଙ୍କ ଓକିଲ ଗତ ମଙ୍ଗଳବାର ଦିନ ଏସ଼୍ଡିଜେଏମ୍ଙ୍କ କୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ। ଆଜି ଏହା ଉପରେ ଶୁଣାଣି କରି ମାନ୍ୟବର ଏସ୍ଡିଜେଏମ୍ ତାଙ୍କ ଆବେଦନକୁ ଖାରଜ କରି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବ୍ରହ୍ମପୁର ପୁଲିସ ଆସନ୍ତାକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ଆଣି ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିବେ ବୋଲି ସୂଚନା ମିଳିଛି।
ପ୍ରଦୀପ ପାଣିଗ୍ରାହୀଙ୍କ ଭର୍ଚୁଆଲ୍ ହାଜର ଆବେଦନ ଖାରଜ, ଆଜି ହୋଇପାରନ୍ତି କୋର୍ଟରେ ହାଜର
/sambad/media/post_attachments/wp-content/uploads/2020/11/pradeep-panigrahi-photo-ffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)