ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ସେଠୀଙ୍କ ଜାମିନ ଖାରଜ

କଟକ : ଅର୍ଥତତ୍ତ୍ୱ ଗ୍ରୁପ୍ ମୁଖ୍ୟ ପ୍ରଦୀପ କୁମାର ସେଠୀଙ୍କ ଚାରିଟି ନିୟମିତ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ବ୍ରହ୍ମପୁର ଓପିଆଇଡି ସ୍ବତନ୍ତ୍ର ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ଲୋଡି ପ୍ରଦୀପ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନ ଗୁଡିକୁ ଶୁଣାଣି କରି ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଚିଟଫଣ୍ଡ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ୨୦୧୪ରେ ସମସ୍ତ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ସିବିଆଇ ଅର୍ଥତତ୍ତ୍ବ ସଂପର୍କିତ ମାମଲା ଗୁଡିକର ତଦନ୍ତ କରିଥିଲା। ସିବିଆଇ କିନ୍ତୁ ସବୁ ମାମଲାର ତଦନ୍ତ ଭାର ନେଇ ନଥିଲା। କେତେକ ମାମଲାର ପୃଥକ ଭାବେ ରାଜ୍ୟ ପୁଲିସ ତଦନ୍ତ କରିଥିଲା। ଗଞ୍ଜାମ ବଡବଜାର ଥାନାରେ ଗୋଟିଏ ଓ ବୈଦ୍ୟନାଥପୁର ଥାନାରେ ତିନୋଟି ମାମଲା ଅର୍ଥତତ୍ତ୍ବ ବିରୋଧରେ ରହିଥିଲା। ଏହି ମାମଲା ଗୁଡିକ ଚାର୍ଜସିଟ ପରେ ଓପିଆଇଡି ଅଦାଲତରେ ବିଚାରାଧୀନ ରହିଛି। ସ୍ବତନ୍ତ୍ର ଅଦାଲତରେ ଜାମିନ ଖାରଜ ହେବା ପରେ ପ୍ରଦୀପ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ଆଇନଜୀବୀ ବିବେକାନନ୍ଦ ଭୂୟାଁ ଓ ଏଏସସି ଅନୀଲ କୁମାର ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର