ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ସୋମବାର ଦିନ କଂଗ୍ରେସ ଭବନରେ  ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଖ୍ୟାଲଘୁ ସେଲ୍‌ର ସଭାପତି ଜିଆ ଉଲ୍ ହକ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟର ସଂଖ୍ୟାଲଘୁଙ୍କ ସମସ୍ୟା ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚରମ ଅବହେଳା କରୁଛନ୍ତି। ସରକାର ପ୍ରତ୍ୟେକ ସଂଖ୍ୟାଲଘୁଙ୍କ ସମସ୍ୟାକୁ ଶୁଣିବା ସହ ସମସ୍ୟାର ସମାଧାନ ପ୍ରତି ଯତ୍ନଶୀଳ ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ରାଜ୍ୟର ସଂଖ୍ୟାଲଘୁମାନେ ଏକା ନୁହନ୍ତି, କଂଗ୍ରେସ ଆପଣମାନଙ୍କ ସହିତ ରହିଛି। ଆଗାମୀ ୨୦୨୪ ରେ କଂଗ୍ରେସ ରାଜ୍ୟରେ ଓ କେନ୍ଦ୍ରରେ ନିଶ୍ଚିତଭାବେ ସରକାର ଗଢ଼ିବ। କଠିନ ପରିଶ୍ରମ ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ। ନିଖିଳ ଭାରତ ସଂଖ୍ୟାଲଘୁ କଂଗ୍ରେସ କମିଟି ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଅବଦୁଲ କାଲାମ କହିଥିଲେ, କର୍ମଠ ଲୋକଙ୍କୁ ସଂଗଠନ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ପଦୋନ୍ନତି ଦିଆଯିବ। ଅଳସୁଆଙ୍କୁ ପ୍ରଶୟ ଦିଆଯିବ ନାହିଁ। ସଂଖ୍ୟାଲଘୁ ସେଲ୍‌ର ସଭାପତି ଜିଆ ଉଲ୍ ହକ୍‌ କହିଥିଲେ, ଖୁବଶୀଘ୍ର ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ।

ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ରବୀନ୍ଦ୍ର କୁମାର ସେଠୀ, ଯଜ୍ଞେଶ୍ୱର ବାବୁ, ଅନନ୍ତ ପ୍ରସାଦ ସେଠୀ, ବଟକୃଷ୍ଣ ତ୍ରିପାଠୀ, ଶୁଭେନ୍ଦୁ ମହାନ୍ତି, ଆକବର ଅଲ୍ଲୀ, ପଦ୍ମାକର ଗୁରୁ, ଲୋକନାଥ ମହାରଥୀ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ସବିର ହୋସେନ, ନିଶିକାନ୍ତ ମିଶ୍ର ପ୍ରମୁଖ ସଂଖ୍ୟାଲଘୁ ମାନଙ୍କର ସଂଗଠନକୁ ମଜବୁତ କରିବା ଉପରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍ ସାଜିଦ, ଇଜାଜ ହୁସେନ, ସାନ୍ତନୁ ବାବୁ, ଇକବଲ ଅହମ୍ମଦ, ଅର୍ମାନ ଖାନ, ରିଆଜ ଅହମ୍ମଦ, ଅସରଫ ଅଲ୍ଲୀ, ମହମ୍ମଦ ଇଲିଆସ, ସଲମା ଖାତୁନ, ଆଡଭୋକେଟ ଅଫତାବ, ମେହେବୁବ ଅଲ୍ଲୀ, ଆଡଭୋକେଟ ଆଦମ, ରାଖିମ ଅଲ୍ଲି, ଜାକେଶ ପ୍ରଧାନ, ଅତାରୁଲ ଇସଲାମ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ମହମ୍ମଦ ଅଲ୍ଲୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମୌଲାନା ଅସଦ୍ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର