ଜୟପୁର: ବ୍ରହ୍ମପୁର ଠାରେ  ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ପ୍ରାଦେଶିକ ବିଜ୍ଞାନମେଳାରେ ଅରବିନ୍ଦ ନଗର, ଜୟପୁର  ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀମାନେ ଭାଗ ନେଇ ବିଭିନ୍ନ ବର୍ଗରେ କୃତିତ୍ବ ହାସଲ କରି ରାଜ୍ୟ ଓ ଆନ୍ତଃରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି। ଛାତ୍ରୀ ସ୍ୱାଗତିକା ରଥ ବିଜ୍ଞାନ ପ୍ରୟୋଗରେ ସମଗ୍ର ରାଜ୍ୟରେ ପ୍ରଥମ  ସ୍ଥାନ ଅଧିକାର କରିଛନ୍ତି। ଆସନ୍ତା ୨୨ ତାରିଖ ଦିନ ପଶ୍ଚିମ ବଙ୍ଗର ରାଇଗଞ୍ଜଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃରାଜ୍ୟ ପ୍ରତିଯୋଗିତାରେ ସେ ଓଡିଶା ପକ୍ଷରୁ ଭାଗ ନେବେ।

Advertisment

ସେଭଳି ଏହି ବିଦ୍ୟାଳୟର ଛାତ୍ରୀ ଆଦିଶ୍ରୀ ରାଉତ ଓ ସୁକୁମାର ରଥ ସେନ୍ସର୍ ବେସ୍ ଡ ନମୂନା ଏବଂ ପ୍ରତ୍ୟୁଷ ମହାପାତ୍ର ଗାଣିତିକ ନମୂନାରେ ଦ୍ବିତୀୟ ସ୍ଥାନ ଲେଖାଏଁ ହାସଲ କରି ବିଦ୍ୟାଳୟର ନାମକୁ ଗୌରବାନ୍ବିତ କରିଛନ୍ତି। ଅନୀଲ କୁମାର ଶତପଥୀଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି। ଗୁରୁଜୀ ଶ୍ରୀ ଶତପଥୀ ଓ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପରିଚାଳନା କମିଟିର ସହସଂପାଦକ ଆନନ୍ଦ ଓଝା ଓ ସ୍କୁଲର ପ୍ରଧାନଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଶୁଭେଚ୍ଛା ଞାପନ କରିବା ସହ ସ୍ବାଗତିକା ଅନ୍ତଃରାଜ୍ୟସ୍ତରରେ  ବି ଗୌରବକୁ ବଜାୟ ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି।