ପ୍ରଧାନମନ୍ତ୍ରୀ ଫସଲ ବୀମା ତାଲିକା ପ୍ରସଙ୍ଗ : ସମୟସୀମା ବୃଦ୍ଧି କରିବାକୁ କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ରାଜ୍ୟର ୨୭ ଲକ୍ଷ ୫୦ ହଜାର ଚାଷୀଙ୍କ ଭିତରୁ ଏବେ ସୁଦ୍ଧା ୨୦ ଲକ୍ଷ ଚାଷୀଙ୍କ ନାମ କେନ୍ଦ୍ରକୁ ପଠାଯାଇଛି। ଆଜି ଏ ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଜମି ପଟ୍ଟା ଯାଞ୍ଚ, ଆଧାର କାର୍ଡ଼ ଲିଙ୍କ୍ ଏବଂ ଇଣ୍ଟରନେଟ୍ ଅସୁବିଧା ଯୋଗୁ ବାକି ରହିଥିବା ୬ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାଇବାରେ ବିଳମ୍ବ ହେଉଛି। ଏଥିପାଇଁ ତାଲିକା ପ୍ରଦାନର ସମୟସୀମା ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

ସମ୍ବନ୍ଧିତ ଖବର