ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ହେଉଛି ବୋଲି ବିଜେପି ସବୁବେଳେ ଅଭିଯୋଗ କରି ଆସୁଛି। ଆଜି ଦଳର ସାଂସଦମାନେ ଦିଲ୍ଲୀ ଦରବାରରେ ଏହି ପ୍ରସଙ୍ଗ ଉଠାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ବିଜେପି ସାଂସଦମାନେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ରାଜ୍ୟ ସରକାର ହିତାଧିକାରୀ ତାଲିକା ପ୍ରସ୍ତୁତ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ବଣ୍ଟନ କରୁଛନ୍ତି ତାହାକୁ କେନ୍ଦ୍ର ସରକାରଙ୍କ ଯୋଜନା ନାଁରେ ବଣ୍ଟନ କରିବାକୁ ସେମାନେ ଦାବି କରିଛନ୍ତି।
ସାଂସଦମାନେ ଦେଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି େଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ମାତ୍ର ଏହି ଯୋଜନାରେ ଘର ଯୋଗାଇବା କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ଅନିୟମିତତା ହେଉଛି। ତୃଣମୂଳ ସ୍ତରେର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ େଯାଜନାର ନାଁକୁ ଉଲ୍ଲେଖ କରାଯାଉ ନାହିଁ। ରାଜ୍ୟ ସରକାରଙ୍କ ଅନୁଯାୟୀ ରାଜ୍ୟରେ ୧୯ ଲକ୍ଷ ପକ୍କା ଘର ନିର୍ମାଣ ହୋଇଥିବା ବେଳେ ଏହି ୧୯ ଲକ୍ଷ ପକ୍କା ଘର ଭିତରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭ ଲକ୍ଷ ଘର ନିର୍ମାଣ କରାଯାଇଛି। ମୋଦୀ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ୨୦୧୭-୧୮ରେ ୩୧୦୦ କୋଟି, ୨୦୧୮-୧୯ରେ ୩୬୦୦ କୋଟି ଏବଂ ୨୦୧୯-୨୦ରେ ୪୮୨୦ କୋଟି ଟଙ୍କାର ଅନୁଦାନ ଦେଇ ସାରିଛନ୍ତି। ଅନ୍ୟ ପଟେ ଗତ ତିନିଟି ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ପାଇଁ କୌଣସି ଅର୍ଥ ବ୍ୟୟବରାଦ ହୋଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୧୪ ହଜାର ୭୯୬ କୋଟି ଟଙ୍କାରୁ ଅଧିକ ଓଡ଼ିଶାକୁ ଦିଆଯାଇଛି। ଫନୀ ବାତ୍ୟା ସମୟରେ ମଧ୍ୟ କେନ୍ଦ୍ର ସରକାର ଭାଙ୍ଗିଥିବା ୩.୮୯ ଲକ୍ଷ ଘର ପାଇଁ ୩,୩୩୮ କୋଟି ଟଙ୍କାର ରିଲିଫ୍ ସହାୟତା ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ତଥା ଏହି ମାମଲାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ବାବଦକୁ ଅର୍ଥ ମିଳିବା ଘଟଣାରେ ଉପଯୁକ୍ତ ତଦନ୍ତ କରାଯିବା ନେଇ ସାଂସଦମାନେ ଦାବି କରିଥିଲେ। କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ରାଜ୍ୟ ସରକାର ହିତାଧିକାରୀ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ବଣ୍ଟନ କରୁଛନ୍ତି ତାହାକୁ କେନ୍ଦ୍ର ସରକାରଙ୍କ ଯୋଜନା ନାଁରେ ବଣ୍ଟନ କରିବାକୁ ଦାବି ଜଣାଇଥିଲେ। ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଜୁଏଲ ଓରାମ, ବସନ୍ତ କୁମାର ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ସୁରେଶ ପୂଜାରୀ, ବିଶ୍ବେଶ୍ବର ଟୁଡ଼ୁ, ନୀତିଶ ଗଙ୍ଗଦେବ ଓ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dg897hdg987jhdg987jhdg897jh98gd7jgd5jgdjdgjgdjgdjdgjdgdggdj.jpg)