ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ହିତାଧିକାରୀ ତାଲିକାରେ ଆସିଲା ୨୪ଟି ଆପତ୍ତି ଅଭିଯୋଗ

ଜୟପୁର: ଗତ ତିନି ବର୍ଷ ହେବ ଆବାସ ଯୋଜନାରେ ଆବେଦନକାରୀ ହିତାଧିକାରୀଙ୍କୁ ଘର ମିଳି ପାରିନଥିଲା। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ଆବେଦପତ୍ରକୁ ନେଇ ଯାଂଚ କାମ ସରିବା ସହ  ଜୟପୁର ବ୍ଲକର ୨୨ଟି ଯାକ ପଂଚାୟତରେ ୩୭୦୯ଜଣ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଟଙ୍ଗାଯାଇ ଗ୍ରାମସଭା ବି କରାଯାଇଥିଲା।

୧୬ରୁ ଆଜି ପର୍ଯ୍ୟନ୍ତ ୩ଟି ପ୍ରକ୍ରିୟାରେ ଆପତ୍ତି ଅଭିଯୋଗ କରିବାକୁ କୁହାଯାଇଥିଲା। ଏଡଇ କ୍ରମରେ ବ୍ଲକରେ ଥିବା ଡ୍ରପ ବକ୍ସରେ ୧୨ଟି, ଅନଲାଇନରେ ୬ଟି ଓ ବିଭିନ୍ନ ପଂଚାୟତରେ ୮ଟି ଆପତ୍ତି ଅଭିଯୋଗ ବାକ୍ସରେ ପଢ଼ିଛି। ଆମ୍ବାଗୁଡା ପଂଚାୟତରେ ୧୦ଟି , କାଳିଆଗାଁ ପଂଚାୟତରେ ୪ଟି, କେବିଡି ଓ  ପାମ୍ପୁଣୀ ପଂଚାୟତରେ ୩ଟି ଲେଖାଏଁ, କୁମୁଲିପୁଟ ପଂଚାୟତରେ ୨ଟି, ରଣ୍ଡାପାଲ୍ଲୀ ଓକଙ୍ଗା ପଂଚାୟତରେ ଗୋଟିଏ ଲେଖାଏଁ ଏଭଳି ୨୪ଟି ଆପତ୍ତି ଅଭିଯୋଗ ଆସିଥିବା ସୂଚନା ବ୍ଲକ ପକ୍ଷରୁ ମିଳିଛି। ଏହି ଆପତ୍ତି ଅଭିଯୋଗ ଗୁଡିକୁ ପୁନଃ ଯାଂଚ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଡିଓ ରାଜୀବ ଦାସ।

 

ସମ୍ବନ୍ଧିତ ଖବର