ପ୍ରଧାନପାଲିରେ ହତ୍ୟାକାଣ୍ଡ : କାଦୁଅ ଛିଟିକିଲା, ଛୁରୀ ଭୁସି ଦେଲେ

ବରଗଡ଼ : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପ୍ରଧାନପାଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଉକ୍ତ ଗାଁର ସୁରଜ ଶାହା (୨୧)। ପୁଲିସ୍‌ ସୂଚନା ଅନୁସାରେ, ସୁରଜ ଏବଂ ତାଙ୍କ ବନ୍ଧୁ ପିଣ୍ଟୁ ବାଇକ୍‌ରେ ଗାଁକୁ ଫେରୁଥିଲେ। ବାଟରେ ‌ବିପରୀତ ଦିଗରୁ ଆଉ ଦୁଇଜଣ ବାଇକ୍‌ରେ ଆସୁଥିଲେ। ଦୁଇ ବାଇକ୍‌ ପରସ୍ପରକୁ ଅତିକ୍ରମ କରୁଥିବାବେଳେ ରାସ୍ତାର କାଦୁଅ ଛିଟିକି ଥିଲା। ଫଳରେ ଚାରି ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ହାତାହାତି ହୋଇଥିଲା। ଅନ୍ୟ ବାଇକ୍‌ରେ ଥିବା ଦୁଇଜଣ ଯୁବକ ଛୁରୀରେ ସୁରଜଙ୍କୁ ଆକ୍ରମଣ କରିଥିଲେ। ଛାତି ପାଖରେ ଗଭୀର କ୍ଷତ ସହ ରକ୍ତସ୍ରାବ ହେବାରୁ ସୁରଜ ସେଠାରେ ଟଳି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲ୍‌ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସୁରଜଙ୍କ ବନ୍ଧୁ ପିଣ୍ଟି ସାମାନ୍ୟ ଆହତ ହୋଇଛନ୍ତି। ଟାଉନ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତନାଘନା କରୁଛି।

ସମ୍ବନ୍ଧିତ ଖବର