ବିଜେଡିର ପ୍ରଦୀପ ଅମାତ ତାଙ୍କ ସତ୍ୟପାଠରେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୭ ଲକ୍ଷ ୪୪ ହଜାର ୮୨୪ ଟଙ୍କା ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪୧ଲକ୍ଷ ୫୦ ହଜାର ଦର୍ଶାଇଛନ୍ତି। ସେ ଆୟକର ବାବଦକୁ ୪ ଲକ୍ଷ ୫୯ହଜାର ୨୩୭ ଟଙ୍କା ଦାଖଲ କରିଛନ୍ତି। ତାଙ୍କ ହାତରେ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା ଥିବା ବେଳେ ସ୍ତ୍ରୀଙ୍କ ପାଖରେ ୬୦ ହଜାର ଟଙ୍କା ଅଛି। ବୌଦ୍ଧ ଇଣ୍ଡିଆନ ବ୍ୟାଙ୍କରେ ୭୫ ହଜାର ୪୭୨ ଟଙ୍କା, ଏସ୍‌ବିଆଇର ଏକ ଆକାଉଣ୍ଟରେ ୮, ୨୮୭ ଟଙ୍କା, ଭୁବନେଶ୍ବର ବିଧାନସଭା କ୍ୟାମ୍ପସସ୍ଥିତ ୟୁକୋ ବ୍ୟାଙ୍କରେ ୪ଲକ୍ଷ ୮୬ହଜାର ୦୬୬ ଟଙ୍କା ରହିଛି।

Advertisment

ଏବେ ନିର୍ବାଚନ ସକାଶେ ବୌଦ୍ଧ ବିସିସିବିରେ ଏକ ନୂଆ ଆକାଉଣ୍ଟ ଖୋଲିଥିବା ସେ ଦର୍ଶାଇଛନ୍ତି। ବ୍ୟାଙ୍କ ଋଣ ବାବାଦକୁ ମୋଟ ୨ ଲକ୍ଷ ୫୪ ହଜାର ୬୬୬ ଟଙ୍କା ରହିଥିବା ସେ ଦର୍ଶାଇଛନ୍ତି।