ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି‌ କାର୍ତ୍ତିକେୟନ୍‌ ପାଣ୍ଡିଆନ ଶୁକ୍ରବାର ଦିନ ବ୍ରହ୍ମପୁରରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ଯାହା କହିଛନ୍ତି ତାହା ସତ। ଗଞ୍ଜାମରେ ଯେତେବେଳେ କୋଭିଡ-୧୯ର ପ୍ରକୋପ ବଢୁଥିଲା, ସେହି ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ଭାବୀ ସମୁଦିଙ୍କ ସହ ବୁଲି ମଉଜ ମଜଲିସ କରୁଥିଲେ। ତା’ପରେ କିନ୍ତୁ ଚିଠି ଲେଖିଲେ ଓ ମନ୍ତବ୍ୟ ଦେଲେ ଯେ ଆମକୁ କେହି ପଚାରୁ ନାହାନ୍ତି। ଜଣେ ବିଧାୟକ ଜନସାଧାରଣଙ୍କ ସମସ୍ୟାକୁ ନିଜେ ବୁଝିବା କଥା। ଏଠି ସେ ଫାଙ୍କି ଦେବାକୁ ବସିଥିଲେ। ତେଣୁ ଯାହା ପଣ୍ଡିଆନ୍ କହିଛନ୍ତି ତାହା ସତ କଥା। ବର୍ତ୍ତମାନ ତିନି ଚାରିବର୍ଷ ହେବ ସେ ନିରବ ରହିଛନ୍ତି। ଜନସାଧାରଣଙ୍କ କୌଣସି ସମସ୍ୟାର ସମାଧାନ କରି ନାହାନ୍ତି। ବିଧାୟକ ପାଣ୍ଠି ବି କିଛି ଦେଇ ନାହାନ୍ତି। ଏବେ ଯେଉଁ ବହାରିକି ଲୋକଙ୍କ ପାଇଁ କାମ କରିବା କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ବୋଲି ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ପଣ୍ଡିଆନ ବିଭିନ୍ନ ଜିଲା ବୁଲୁଛନ୍ତି ଜନସାଧାରଣଙ୍କୁ ଭେଟି ସମସ୍ୟା ବୁଝୁଛନ୍ତି। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା କଥା। କିନ୍ତୁ କାଲି (ଶୁକ୍ରବାର) ପ୍ରଦୀପ ପାଣିଗ୍ରାହୀ ତାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଛନ୍ତି। ଭଲ କାମକୁ ଯେହେତୁ ପ୍ରଦୀପ ପାଣିଗ୍ରାହୀ ବିରୋଧ କଲେ ତେଣୁ ଲୋକଙ୍କ ଆକ୍ରୋଶର ପ୍ରତିଫଳନ କାଲି ଦେଖିବାକୁ ମିଳିଲା। ସତ କଥା କହିଲେ କିଛି ଅସୁବିଧା ନାହିଁ। ସିଏ ଯିଏ ହୁଅନ୍ତୁ ନା କାହିଁକି ସତ କହିଲେ ଅସୁବିଧା କିଛି ନାହିଁ। ଯେଉଁଟା ନ୍ୟାୟ, ଯେଉଁଟା ଲୋକ ଜାଣିବା କଥା ତାକୁ ପାଣ୍ଡିଆନ କହିଛନ୍ତି। ସତ କଥା ଯିଏ କେହି କହିଲେ ବି ଚଳିବ। ଯେଉଁଟା କହିଛନ୍ତି ନୀତିଗତ ଭାବେ କହିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ଜନ ଅସନ୍ତୋଷ ଥିବାରୁ କାଲି ଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ବିରୋଧ ବ୍ୟବସ୍ଥା ହୋଇଛି ତାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ହୋଇଛି। ଯାହା ଘଟିଲା ତାହା ଜନ ଅସନ୍ତୋଷର ପ୍ରତିଫଳନ। ପୁଲିସ ଆଗକୁ ଆକ୍ସନ ନେଇ ପାରେ ସେଇଟା ପୁଲିସ କହିବ।