ବ୍ରହ୍ମପୁର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। ଏଥିରେ ବ୍ରହ୍ମପୁର ମଧ୍ୟ ଯୋଡ଼ି ହୋଇଯାଇଛି। ଏଠାରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ମୁହାଁମୁହିଁ ହୋଇଛି। ଗୋଷାଣୀ ନୂଆଗାଁ ଅଧୀନ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ହାତାହାତି ହୋଇଥିବା ଖବର ମିଳିଛି। ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ସାମାନ୍ୟ ଆହତ। ପୁଲିସ ଶିବଶଙ୍କରଙ୍କୁ ଅଟକ ରଖିଛି। ଅନ୍ୟପଟରେ କଂଗ୍ରେସ କର୍ମୀମାନେ ଥାନା ଆଗରେ ହୋହାଲ୍ଲା କରିଛନ୍ତି। ଶିବଶଙ୍କରଙ୍କୁ ପୁଲିସ ଛାଡ଼ିଦେଉ ବୋଲି ଦାବି କରୁଛନ୍ତି।
ସୂଚନାଯୋଗ୍ୟ, ଚିକିଟି ନିର୍ବାଚନ ମଣ୍ଡଳୀ କଳାହାଡ ପଂଚାୟତ ନୂଆ ମହିଷାଣପୁର ଗାଁରେ ନିର୍ବାଚନୀ ହିଂସା ହୋଇଥିଲା। ବିଜେପି ସମର୍ଥକଙ୍କୁ ବିଜେଡି ସମର୍ଥକ ଘରୁ ବାହାର କରାଇ ଦେଉନଥିବା ଅଭିଯୋଗ ହୋଇଥିଲା। ଘଟଣାସ୍ଥଳରେ ସିଆରପିଏଫ୍ ଯବାନ ମୁତୟନ ହୋଇଥିଲେ।