ଭୁବନେଶ୍ବର : ବିଧାନ ପରିଷଦ ଗଠନ ପାଇଁ ଏବେ ବିଜୁ ଜନତା ଦଳ ବିଜେପିକୁ ବ୍ଲାକ୍ ମେଲ କରୁଛି। ଆଜି ଏଭଳି ଅଭିଯୋଗ କରିଛନ୍ତି ପୁର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସେ କହିଛନ୍ତି, ୩୭୦ ଧାରା ଉଚ୍ଛେଦ ପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି । ସେହିପରି ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ରାଜ୍ୟସଭା ଆସନ ଛାଡ଼ିବା ଓ ନାଗରିକ ସଂଶୋଧନ ବିଲରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବା ପ୍ରତିଦାନରେ ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ର ଉପରେ ଚାପ ପକାଉଛି। ଯେହେତୁ ଲୋକସଭା ଓ ରାଜ୍ୟସଭାରେ ବିଜେଡିର ଅଧିକ ସାଂସଦ ଅଛନ୍ତି ସେଥିପାଇଁ କେନ୍ଦ୍ର ଉପରେ ଏପରି ଚାପ ପ୍ରୟୋଗ କରିବାକୁ ଦଳ ଉଦ୍ୟମ କରୁଛି। କିନ୍ତୁ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଉପରେ ଚାପ ପ୍ରୟୋଗ କରି କିଛି ବି ହାସଲ କରିପାରିବନି ବିଜୁ ଜନତା ଦଳ ବୋଲି ଶ୍ରୀ ପୁରୋହିତ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ, ବିଧାନସଭା ଠିକ୍ ଢଙ୍ଗରେ ଚାଲିପାରୁନି। ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିଲେ ବି ୧୫ ଦିନ ପୂର୍ବରୁ ବିଧାନସଭାକୁ ସାରି ଦିଆଯାଉଛି। କେବଳ ଦଳୀୟ ସ୍ବାର୍ଥ ପାଇଁ ବିଧାନ ପରିଷଦ ଗଠନ କରିବାକୁ ଉଦ୍ୟମ କରାଯାଉଛି। ଏପରି ପରିଷଦ ଗଠନ କରି ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କୁ ଥଇଥାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ରାଜ୍ୟର ବୃହତ୍ତର ସ୍ବାର୍ଥ ସାଧିତ ହେବନାହିଁ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଥିଲେ। ଏହାକୁ ଖଣ୍ଡନ କରି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଥିଲେ, ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ନାଗରକି ସଂଶୋଧନ ବିଲକୁ ସମର୍ଥନ ଦେଇଛି।
ବିଧାନ ପରିଷଦ ପାଇଁ ବିଜେପିକୁ ବ୍ଲାକ୍ମେଲ୍ କରୁଛି ବିଜେଡି: ପ୍ରଦୀପ ପୁରୋହିତ
/sambad/media/post_attachments/wp-content/uploads/2019/12/Pradip-Purohit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)