ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପି.କେ. ଜେନାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ର 

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ଅଧିକାରୀ  ପ୍ରଦୀପ ଜେନାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି । ଶ୍ରୀ ଜେନାଙ୍କ ସମୟରେ ବିଭିନ୍ନ କାରଣରୁ ଶ୍ରୀମନ୍ଦିରକୁ ନେଇ ବିବାଦ ଦେଖାଦେଇଥିଲା ।  ଏହା ମଧ୍ୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପର୍ଯ୍ୟବେକ୍ଷଣ, ଚାବି ହଜିବା, ଶ୍ରୀମନ୍ଦିର ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିବା ଅନ୍ୟତମ । ସରକାର ଗତ ବର୍ଷ ଏପ୍ରିଲ ୧୯ରେ ଶ୍ରୀ ଜେନାଙ୍କୁ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଥିଲେ ।

ସମ୍ବନ୍ଧିତ ଖବର