ଭୁବନେଶ୍ବର: ମମିତା ମେହେର ମୃତ୍ୟୁକାଣ୍ଡକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିଧାନସଭାରେ ବିରୋଧୀ ଦଳର ନେତା ଥିବା ପ୍ରଦୀପ୍ତ କୁମାର ନାଏକ । ମୃତ୍ୟୁପରେ ମମିତାଙ୍କ ମୋବାଇଲ୍ ଏବେ କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଯଦି ସତ ହୋଇଥାଏ ତେବେ ଏହା ସାଂଘାତିକ ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଦୀପ୍ତ ଟୁଇଟ୍ କରିଛନ୍ତି ଯେ, ମମିତାଙ୍କ ପରିବାର ଗଣମାଧ୍ୟମରେ ମହାଲିଙ୍ଗ କଲେଜଠାରେ ଛାତ୍ରୀମାନଙ୍କୁ ଶୋଷଣ ହେଉଥିବା ଏବଂ ଏହି କଲେଜରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ କରୁଥିଲେ । ମମିତା ଗୋବିନ୍ଦଙ୍କ ପୋଲ୍ ଖୋଲିଦେବେ ବୋଲି ତାଙ୍କୁ ହତ୍ୟା କରାଯାଇଛି ବୋଲି ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ।
ମମିତାଙ୍କ ପରିବାର ଗଣମାଧ୍ୟମରେ ମହାଲିଙ୍ଗ କଲେଜ ଠାରେ ଛାତ୍ରୀ ମାନଙ୍କୁ ଶାରୀରିକ ଶୋଷଣ ହେଉଥିବା ଏବଂ ଏହି କଲେଜର ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ କରିଥିଲେ ଏବଂ ମମିତା ଗୋବିନ୍ଦଙ୍କ ପୋଲ୍ ଖୋଲିଦେବେ ବୋଲି ତାଙ୍କୁ ହତ୍ୟା କରାଯାଇଛି ବୋଲି ପୀଡିତା ପରିବାର ଅଭିଯୋଗ କରିଛନ୍ତି ଏବଂ ଏହା ଲୋକ ଚର୍ଚ୍ଚାରେ ମଧ୍ୟ ଆଲୋଚନା ହୋଉଛି ।
— Pradipta Kumar Naik (@pradiptanaikbjp) October 20, 2021
ତେବେ ଝିଅମାନଙ୍କୁ ଦେହଜୀବୀ ଭଳି ବ୍ୟବହାର କରୁଥିଲେ ଗୋବିନ୍ଦ । ଗୃହ ରାଷ୍ଟ୍ରମନ୍ତ୍ରୀ ଶାରିରୀକ ସମ୍ପର୍କ ରଖିବାକୁ ବରାବର କଲେଜକୁ ଆସୁଥିଲେ ବୋଲି ପୀଡିତାଙ୍କ ପରିବାରବର୍ଗ ଅଭିଯୋଗ କରୁଛନ୍ତି ବୋଲି ପ୍ରଦୀପ୍ତ ଟୁଇଟ୍ କରିଛନ୍ତି । ହେଲେ ଏହାରି ଭିତରେ ମମିତାଙ୍କ ମୋବାଇଲରେ ଏବେ କେଉଁଠି, ଏହା ମୋବାଇଲରେ ଥିବା ଭିଡିଓ ସାମ୍ନାକୁ ଆସିଲେ ଗୁମର ଫିଟିଯିବ କି ବୋଲି ପ୍ରଦୀପ୍ତ ପ୍ରଶ୍ନ କରିଛନ୍ତି ।
ମମିତାଙ୍କ ପରିବାର ଗଣମାଧ୍ୟମରେ ମହାଲିଙ୍ଗ କଲେଜ ଠାରେ ଛାତ୍ରୀ ମାନଙ୍କୁ ଶାରୀରିକ ଶୋଷଣ ହୋଉଥିବା ଏବଂ ଏହି କଲେଜ ର ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ କରିଥିଲେ ଏବଂ ମମିତା ଗୋବିନ୍ଦଙ୍କ ପୋଲ୍ ଖୋଲିଦେବେ ବୋଲି ତାଙ୍କୁ ହତ୍ୟା କରାଯାଇଛି ବୋଲି ପିଡିତା ପରିବାର ଅଭିଯୋଗ କରିଛନ୍ତୁ ଏବଂ ଏହା ଲୋକ ଚର୍ଚ୍ଚା ରେ ମଧ୍ୟ ଆଲୋଚନା ହୋଉଛି ।
— Pradipta Kumar Naik (@pradiptanaikbjp) October 20, 2021
ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁକାଣ୍ଡକୁ ନେଇ ଏବେ ବିରୋଧୀ ବିଜେପି ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛି । ବିଜେପି ଏହି ମାମଲାରେ ତୁରନ୍ତ ମନ୍ତ୍ରୀଙ୍କ ବହିସ୍କାର ଦାବି କରିଥିବାବେଳେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛି । ଆଉ ଏହାରି ଭିତରେ ପ୍ରଦୀପ୍ତଙ୍କ ଏହି ପ୍ରଶ୍ନ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।