କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ଘଟଣା ବିଧାୟକଙ୍କୁ ମହଙ୍ଗା ପଡ଼ିଲା, ତଦନ୍ତ ନିର୍ଦ୍ଦେଶ ଦେଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇଥିବା ଘଟଣା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଜେଇ ଶଶିକାନ୍ତ ସବରଙ୍କୁ ବିଧାୟକଙ୍କ ଇଶାରାରେ ଉଠବସ କରାଯାଉଥିବା ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛ। ଜେଇ ଜଣକ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଘଟଣା ଆହୁରି ତୀବ୍ର ହୋଇଥିଲା।

ରାସ୍ତା କାମର ମାନକୁ ନେଇ ପାଟଣାଗଡ଼ ବିଧାୟକ ଅଭିଯୋଗ ଆଣି ର୍ନିବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ କହିବା ଅନୁସାରେ ସବୁ କିଛି ଠିକ ଥିବା ବେଳେ ବିଧାୟକ ର୍ନିବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଯଦି କନିଷ୍ଠ ଯନ୍ତ୍ରୀଙ୍କୁ ଚାପୁଡା ନ ମାରନ୍ତି ତେବେ ଲୋକେ ତାଙ୍କୁ ନିସ୍ତୁକ ପିଟିବେ ବୋଲି ଚେତାବନୀ ବି ଦେଇଥିଲେ।

ସେତିକି ନୁହେଁ, ଗତକାଲି ସଂଧ୍ୟାରେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ରାସ୍ତା ଉପରେ ଉଠବସ କରାଇବାର ଭିଜୁଆଲ ଭାଇରାଲ ହୋଇଥିଲା। ଏ ନେଇ ବିଧାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ବୁଧବାର କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

ଜାଣିରଖନ୍ତୁ ଯେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ସମ୍ବନ୍ଧିତ ଖବର