ଭବାନୀପାଟଣା : ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ସଭାପତି ପୂର୍ବତନ ସାଂସଦ ତଥା ଅବସର ପ୍ରାପ୍ତ ପ୍ରଫେସର ଉଦୟ ପ୍ରତାପ ସିଂଯାଦବ ନୂତନ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି। ଯାଦବ ସଂଗଠନକୁ ଆହୁରି ମଜଭୁତ୍ ଓ ଦୃଢଭାବେ ଗଢିତୋଳିବା ପାଇଁ ଦୃଢ ସଂଗଠକ ମାନଙ୍କୁ କମିଟିରେ ସ୍ଥାନ ଦେଇଥିବା ଜଣାଯାଇଛି । ଉତ୍କଳ ଯାଦବ ମହାସଭାର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କୁ ସାଧାରଣ ସଂପାଦକ ଭାବରେ ନିଯୁକ୍ତି ପ୍ରଦାନ କରିଥିବାରୁ ବିଭିନ୍ନ ମହଳରେ ଆନନ୍ଦ ଖେଲିଯାଇଛି । ଏଥି ପୂର୍ବରୁ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ, ଉପସଭାପତି ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ସମ୍ପାଦକ ଭଳି ପଦବୀରେ ପୂର୍ବରୁ କାର୍ଯ୍ୟକରି ଅନେକ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସର୍ବ ଭାରତୀୟ ଯାଦବ ମହାସଭାର ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତି ପାଇଥିବାରୁ ଯାଦବ ମାନଙ୍କ ସଂଗଠନକୁ ଓ ଏକତାକୁ ଆହୁରି ମଜଭୁତ୍ କରିବେ ବୋଲି ଆଶା ପ୍ରକାଶ ପାଇଛି । ଏହି ଅବସରରେ ଉତ୍କଳ ଯାଦବ ମହାସଭାର ଉପସଭାନେତ୍ରୀ ଶୁଭ ଲକ୍ଷ୍ମୀ ନାୟକ, ଉପସଭାପତି ସକିତ ରତେ, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ କିର୍ତ୍ତନ ନାୟକ, ପୂର୍ବତନ କଳାହାଣ୍ଡି ଜିଲ୍ଲା ସଭାପତି ଟିକଚନ ନାଗ, ଡମ୍ବରୁଧର ଲହଜଲ, ହରିଶଙ୍କର ବାଗ,ମହେନ୍ଦ୍ର ନାଏକ, ହୃଷିକେଶ ଭୋଇ, କୃଷ୍ଣ ଚନ୍ଦ୍ର ବଗର୍ତ୍ତି, ଶିବ ହାତୀ ସମେତ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଓ ପଛୁଆବର୍ଗ ନେତାମାନେ ଶ୍ରୀଦାସଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/PRAFULLA-KU.-DASH-GEN-SEC-ALL-INDIA-YADAV-MAHASABHA-f.jpg)