ବଲ୍‌ ଏବେ ସୁପ୍ରିମକୋର୍ଟରେ: ପ୍ରଫୁଲ୍ଲ ଘଡ଼େଇ

ଭୁବନେଶ୍ବର : ରଥଯାତ୍ରାକୁ ନେଇ ଯିଏ ଯାହା କହିଲେ ବି ବଲ୍‌ ଏବେ ସୁପ୍ରିମ୍‌କୋର୍ଟରେ। ବିରୋଧୀଙ୍କ ଉପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଶ୍ରୀ ଘଡ଼େଇ କହିଛନ୍ତି ଯେ ସୁପ୍ରିମକୋର୍ଟରେ ମୋଡିଫିକେସନ୍‌ ପିଟିସନ୍‌ ଦାଖଲ କରାଯାଇଛି। ଏହି ପିଟିସନ୍‌କୁ କୋର୍ଟ ପୁନର୍ବିଚାର ପାଇଁ ଗ୍ରହଣ କରୁଛନ୍ତି କି ନାହିଁ, ତାହା ଏବେଠୁ କହିହେବ ନାହିଁ। ବିରୋଧୀ କେବଳ ବିରୋଧ କରିବା ପାଇଁ ଏତେସବୁ କଥା କହୁଛନ୍ତି। ବର୍ତ୍ତମାନ ସମୟରେ ଶ୍ରୀଜିଉମାନଙ୍କ ନୀତିକାନ୍ତି କିପରି ସମ୍ପନ୍ନ ହେବ ସେ ନେଇ ତର୍ଜମା ଚାଲିଛି। ଏହା ଉପରେ ପରିଚାଳନା କମିଟି ମଧ୍ୟ ନିଷ୍ପତ୍ତି ନେବ। ରଥଯାତ୍ରା ହୋଇଥିଲେ ଭକ୍ତମାନେ ଟିଭି ମାଧ୍ୟମରେ ଦେଖିଥାନ୍ତେ। ଏବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରଥଯାତ୍ରା ବନ୍ଦ ହୋଇଥିବାରୁ ଭକ୍ତମାନେ ଦୁଃଖ ପ୍ରକାଶ କରିବା ସ୍ବାଭାବିକ। କିନ୍ତୁ ଆମ ସମସ୍ତଙ୍କୁ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନର ସହ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ ଘଡ଼େଇ କହିଥିଲେ।

ସମ୍ବନ୍ଧିତ ଖବର