ବିଜେଡି ଉପସଭାପତି ପଦ ଫେରିପାଇଲେ ଘଡ଼ାଇ

ରବି, ନିରଞ୍ଜନ, ଅର୍କେଶ ଓ ସୁଶାନ୍ତ ପର୍ଯ୍ୟବେକ୍ଷକ ନିଯୁକ୍ତ, ସିପ୍ରା ମଲ୍ଲିକ ହେଲେ ବିଜେଡି ସାଧାରଣ ସମ୍ପାଦକ

ଭୁବନେଶ୍ବର : ଆଜି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏହା ସହ ଶ୍ରୀ ଘଡ଼ାଇଙ୍କୁ ଖୋର୍ଦ୍ଧା, ରଣପୁର ଏବଂ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ରବି ନାରାୟଣ ନନ୍ଦଙ୍କୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ନିରଞ୍ଜନ ପୂଜାରୀ ଏବଂ ଅର୍କେଶ ସିିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି।

ପ୍ରକାଶ ଥାଉକି , ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ୨୦୧୪ରେ ବିଜେଡିରୁ ବହିଷ୍କୃତ ହେବା ପୂର୍ବରୁ ଦଳର ରାଜ୍ୟ ଉପ ସଭାପତି ଦାୟିତ୍ବରେ ଥିଲେ। ଚଳିତ ବର୍ଷ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ହେବା ପରେ ଏବେ ସେ ପୁରୁଣା ପଦବି ଫେରି ପାଇଛନ୍ତି।

ବିଜେଡିର ସାଂଗଠନିକ ସ୍ତରରେ ନିଯୁକ୍ତି ପ୍ରକ୍ରିୟାରେ ଭଟଲି ଆସନ ପାଇଁ ଦଳର ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ, ପ୍ରକାଶ ଦାଶଙ୍କୁ ବିଜେଡି ସାଧାରଣ ସମ୍ପାଦକ ଏବଂ କଟକର ଯୁଗଳ ନାୟକଙ୍କୁ କଟକ ସଂସଦୀୟ କ୍ଷେତ୍ର ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସମ୍ବଲପୁର ଓ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଦିଲ୍ଲୀପ ଦୁରିଆ, ରେଢ଼ାଖୋଲ ଓ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ମହମ୍ମଦ ମୋବିନ୍, ଝାରସୁଗୁଡ଼ା ଓ ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଶୈଳେସ ଦାନି, ବଣାଇ ଓ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ମହମ୍ମଦ ସୟିଦ୍, ତଳସରା ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ପଲ୍ଲବ ଲିମା, ସୁନ୍ଦରଗଡ଼ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଭୀମସେନ ମୁଦୁଲି, ବୀରମହାରାଜପୁର ଓ ବାଙ୍ଗିରିପୋଷୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଦେବୀ ପ୍ରସାଦ ପଟ୍ଟନାୟକ, ଲୋଇସିଂହା ଓ ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ସୁଶ୍ରୀ ଅନୁସୂୟା ମାଝୀ, ଆନନ୍ଦପୁର ଓ ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ସନ୍ତୋଷ ବେଜ, କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଅଂଶୁମାନ ରଶ୍ମୀ ସାଗର ଏବଂ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ଭାବେ ଶୁଭ୍ରାଂଶୁ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମହୋନ୍ଦ୍ର ମିଶ୍ର, ପ୍ରସନ୍ନଜିତ ସିଂହ, କମଳାକାନ୍ତ ମହାପାତ୍ରଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଂଗଠନିକ ସମ୍ପାଦକ ଏବଂ ସରୋଜିନୀ ଦାସଙ୍କୁ ବିଜେଡି ସାଂଗଠନିକ ସମ୍ପାଦିକା ଭାବେ ନିଯୁକ୍ତ କରାଯାଇଥିବାବେଳେ ବିଜେଡି ସଂଖ୍ୟାଲଘୁ ସେଲ୍ ଉପ-ସଭାପତି ଭାବେ ମୀର୍ ଖାଦିନ୍ ବକ୍ସ ଓ ବିଜେଡି ଯୁବ ସଂଖ୍ୟାଲଘୁ ସେଲ୍ କଟକ ଜିଲ୍ଲା ଉପ-ସଭାପତି ଭାବେ ଜାକିର୍ ଖାଁଙ୍କୁ ଦଳ ସଭାପତି ନିଯୁକ୍ତି ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ ସାହାଣୀ ଓ ସରୋଜକାନ୍ତ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି, ସୂର୍ଯ୍ୟ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସମ୍ପାଦକ, କେନ୍ଦ୍ରାପଡ଼ା ଟାଉନ୍‌ କାର୍ଯ୍ୟକାରୀ ସଭାପତି ଭାବେ ଅକ୍ଷୟ କୁମାର ମେକାପ, କେନ୍ଦ୍ରାପଡ଼ା ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ଚିତ୍ତରଞ୍ଜନ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଭାବେ ଗୌତମ ସ୍ବାଇଁ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଦୁର୍ଗା ପ୍ରସାଦ ପତି, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ବାବେ ଶୁଭ୍ରାଂଶୁ ଭୂଷଣ କର, କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସମ୍ପାଦକ ବାବେ ଦେବାଶିଷ ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ବିେଜଡି ସାଂଗଠନିକ ସମ୍ପାଦକ ଭାବେ ସବିତା ସାହୁ, ମନୋରମା ଭୂୟାଁଙ୍କୁ ନିୟୁକ୍ତ କରାଯାଇଥିବା ବେଳେ ରତିକାନ୍ତ ସାମନ୍ତରାୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସାଂଗଠନିକ ସମ୍ପାଦକ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଏସସି ସେଲ୍ ସମ୍ପାଦକ ଭାବେ ସୁଦାମ ମଲ୍ଲିକ ଏବଂ ସଞ୍ଜୟ ମଲ୍ଲିକ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଯୁବ ସଂଖ୍ୟାଲଘୁ ସେଲ୍ ସଭାପତି ଭାବେ ମହମ୍ମଦ ଅମିରଙ୍କୁ ଦଳ ସଭାପତି ଶ୍ରୀ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାର ଜରିଆରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର