ପ୍ରଫୁଲ୍ଲ ରାଉତରାୟଙ୍କ ପରଲୋକ

କଟକ : ଜଗନ୍ନାଥବଲ୍ଲଭର ଅନ୍ୟତମ ମୁରବୀ, ଚଣ୍ତି ଭକ୍ତ ପ୍ରଫୁଲ୍ଲ କୁମାର ରାଉତରାୟଙ୍କ ଗତ ୩ ତାରିଖ ସ˚ଧୢାରେ ପରଲୋକ ହୋଇଯାଇଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ରାଉତରାୟ କଟକ ଜଗନ୍ନାଥ ବଲ୍ଲଭ ଅଞ୍ଚଳର ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ଥିଲେ। ଶ୍ରୀ ରାଉତରାୟ ଆଠଗଡ଼ ବିଜ୍ଞାନ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ସାରି କଟକ ଫେରିଆସି ଥିଲେ ଓ ପାରିବାରିକ ମଟର ବ୍ୟବସାୟରେ ସ˚ପୃକ୍ତ ହୋଇଥିଲେ। ସେ ପୂର୍ବରୁ ଜଗନ୍ନାଥବଲ୍ଲଭ ହରପାର୍ବତୀ ପୂଜା କମିଟିର ସାଧାରଣ ସ˚ପାଦକ ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ସେ କଟକ ମଟର ଆସୋସିଏସନର ସହ-ସ˚ପାଦକ ଭାବେ ମଧୢ ଦୀର୍ଘଦିନ ଧରି ଦାୟିତ୍ବରେ ଥିଲେ। ଜଣେ ସ˚ଗଠକ ଭାବରେ ତାଙ୍କର ନିର୍ବିବାଦୀୟ ଆଚରଣ ପାଇଁ ସେ ବେଶ ଜନପ୍ରିୟ ଥିଲେ। ପରଲୋକ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଜଗନ୍ନାଥବଲ୍ଲଭ ସ୍ଥିତ ବାସଭବନରେ ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ। ବିଳମ୍ବିତ ରାତ୍ରୀରେ ସ୍ଥାନୀୟ ସତୀଚଉରାସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସ˚ପର୍ଣ୍ଣ ହୋଇଥିଲା।

ସମ୍ବନ୍ଧିତ ଖବର