ମାଓନେତା ରାମନ୍ନା ନେତୃତ୍ବରେ ସୀମାନ୍ତରେ ପ୍ରଜାମେଳି

ମାଲକାନଗିରି : ମାଲକାନଗିରି ସ୍ବାଭିମାନ ଅଂଚଳ ସୀମାକୁ ଲାଗି ରହିଥିବା ଆନ୍ଧ୍ରରେ ନକ୍ସଲ ବିରାଟ ପ୍ରଜାମେଳିର ଆୟୋଜନ କରିଛି। ଏଥିରେ ଉଭୟ ରାଜ୍ୟର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ। କୋରୁକୋଣ୍ଡା ଡିଭିଜନ ମାଓନେତା ରାମନ୍ନା ଏହାର ନେତୃତ୍ବ ନେଇଥିଲେ। କେନ୍ଦ୍ର ସରକାରଙ୍କ ସମାଧାନକୁ ଏଠାରେ ବିରୋଧ କରାଯିବା ସହ ବିପ୍ଳବୀଙ୍କୁ ଦମନ କରିବାକୁ ଏହା ଏକ ନୂଆ ଚାଲ ବୋଲି ମାଓନେତା ଅଭିଯୋଗ କରିଥିଲେ। ଆନ୍ଦୋଳନକୁ ସମାପ୍ତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚଳାଉଥିବା ସମାଧାନ ରଣନୀତିକୁ ବିରୋଧ କରିବା ବୋଲି କୁହାଯାଇଥିଲା। ଗତ ୨୫ ତାରିଖ ଠାରୁ ସମାଧାନକୁ ବିରୋଧ କରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭାରତ ବନ୍ଦ ସଫଳ କରିବାକୁ ଆହ୍ବାନ ଦେଇଥିଲେ।

ଗତ ସପ୍ତାହେ ହେଲା ନକ୍ସଲ ବିଚ୍ଛିନ୍ନାଞ୍ଚଳ ସମେତ ସୀମାନ୍ତ ଗାଁ ଗୁଡ଼ିକରେ ବାରମ୍ବାର ପ୍ରଜାମେଳି କରୁଛନ୍ତି। କିଛି ଗ୍ରାମବାସୀ ଡାକରା ପାଇ ଏଠାକୁ ଯାଉଥିବା ବେଳେ କିଛି ଭୟରେ ଯାଉଥିବା ଜଣାପଡ଼ିଛି। ଅନ୍ୟପଟେ ଦୁଗର୍ମ ଅଞ୍ଚଳ ହୋଇଥିବାରୁ ପୁଲିସ ବି ଏଠାକୁ ପହଞ୍ଚି ପାରୁନାହିଁ। ସେହିପରି ଯଦି କେହି ପ୍ରଜାମେଳିକୁ ବିରୋଧ କରିବ ତାହାହେଲେ ବିସ୍ଥାପିତ ହେବାର ଭୟ ରହିଛି। ପୁଲିସକୁ ଏନେଇ ଖବର ଦେଲେ ମୃତ୍ୟୁଦଣ୍ଡ ଲୋକଙ୍କୁ ଆତଙ୍କିତ କରୁଛି। ତେଣୁ ନକ୍ସଲ କରୁଥିବା ବୈଠକରେ ପ୍ରତିଘରୁ ଲୋକେ ଯିବାକୁ ବାଧ୍ୟ ବୋଲି ଫତୁଆ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର