ବିଏସ୍‌ଏଫ୍‌ କ୍ୟାମ୍ପକୁ ବିରୋଧ କରି ସୀମାନ୍ତ ଗ୍ରାମରେ ପ୍ରଜାମେଳି, ଆନ୍ଦୋଳନ ଜାରି ରହିବ କହିଲେ ୧୦୦ ଗାଁର ପ୍ରଜା 

ମାଲକାନଗିରି: ପୁଣି ଥରେ ପ୍ରଜାମେଳି ବସିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପ୍ରଜାମେଳି ହୋଇଥିବା ସୂଚନା ମିଳିଛି।

କୋୟଲାବେଡି ନିକଟରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରି ୧୦୦ ଖଣ୍ଡ ଗାଁର ହଜାର ହଜାର ଲୋକେ ପ୍ରଜେମେଳି କରିଥିଲେ। ନୂତନ ବିଏସ୍‌ଏଫ୍‌ କ୍ୟାମ୍ପକୁ ନହଟାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦିଆଯାଇଛି। ଲୋକଙ୍କୁ ବିନା ଦୋଷରେ ସୁରକ୍ଷାକର୍ମୀମାନଙ୍କ ଠାରୁ ନିର୍ଯାତନା ସହିବାକୁ ପଡୁଛି ବୋଲି ଲୋକେ ଅଭିଯୋଗ କରିଥିଲେ। ପୁଞ୍ଜିପତିମାନଙ୍କୁ ସୁରକ୍ଷା କରିବା ଏବଂ ଖଣିଜ ସମ୍ପତ୍ତିକୁ ଲୁଟିବା ପାଇଁ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ଯବାନଙ୍କୁ ପଠାଯାଇଛି। ମାଓ ପ୍ରବଣ ଅଂଚଳରେ ସରକାର ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରୁଥିବା ବେଳେ ନକ୍ସଲ ପରୋକ୍ଷରେ ହେଉ ବା ପ୍ରତକ୍ଷରେ ହେଉ ଗ୍ରାମବାସୀଙ୍କୁ ଉସୁକାଇ ସରକାରୀ ବିରୋଧୀ କଥା କହି ଏଭଳି ପ୍ରଜାମେଳି କରୁଥିବା କୁହାଯାଇଛି।

ବିଏସ୍‌ଏଫ୍‌ ଆସିଲେ ମାଓ ଦମନ ହୋଇପାରିବ ବୋଲି ପୁଲିସ କହୁଥିବା ବେଳେ ଲୋକେ କିନ୍ତୁ ଏହାର ଓଲଟା ଯୁକ୍ତି ବାଢିଛନ୍ତି। କ୍ୟାମ୍ପ ପ୍ରତିଷ୍ଠା ହେଲେ ଆଗକୁ ଏହି ଅଂଚଳରେ ବିକାଶ ଛୁଇଁବ ବୋଲି କୁହାଯାଇଛି। ତେବେ ଲୋକେ କିନ୍ତୁ ବୁଝିବାକୁ ନାରାଜ ଦେଖାଯାଉଥିଲେ। ଲୋକେ ପୁଲିସକୁ ଟାର୍ଗେଟ କରି ତୁରନ୍ତ ବିଏସ୍‌ଏଫ୍‌ କ୍ୟାମ୍ପକୁ ହଟାଇବାକୁ ଜିଦରେ ଅଡିବସିଛନ୍ତି।

ସମ୍ବନ୍ଧିତ ଖବର