ବାବୁସାନ-ପ୍ରକୃତିଙ୍କ ସଂପର୍କକୁ ନେଇ ମନ୍ମଥ ମିଶ୍ର କହିଲେ- ରିଲ୍‌ ଲାଇଫ୍‌କୁ ରିଅଲ୍‌ ଲାଇଫ୍‌ ଭାବିବା ଦୁର୍ଭାଗ୍ୟଜନକ

ଭୁବନେଶ୍ବର: ଅଭିନେତା ବାବୁସାନ୍‌, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏ ନେଇ ପ୍ରକୃତି ମିଶ୍ରଙ୍କ ବାପା-ମା’ ଖାରବେଳନଗର ଥାନାରେ ଏତଲା ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରକୃତିଙ୍କ ବାପା ତଥା ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ମଥ ମିଶ୍ର କହିଛନ୍ତି, ବାବୁସାନ୍‌ ଓ ପ୍ରକୃତି ଭଲ ସାଙ୍ଗ। ପ୍ରକୃତି କାହାର ପରିବାର ଭାଙ୍ଗିବାକୁ ଚାହିଁ ନାହିଁ। ପ୍ରକୃତି ମୋ କଥା ମାନିବ। ଆଗାମୀ ଦିନରେ ସେ ବାବୁସାନଙ୍କ ସହିତ ଫିଲ୍ମ କରିପାରେ। ତାଙ୍କର ବୃତ୍ତିକୁ ଆମେ ମନା କରିବାର ନାହିଁ। ତାଙ୍କର ପ୍ରଫେସନାଲ ଜୀବନକୁ ଆମେ ବ୍ୟକ୍ତିଗତ ଜୀବନ ସହ ଯୋଡ଼ିପାରିବା ନାହିଁ। ଯଦି କୌଣସି ଫିଲ୍ମ ନିର୍ମାତା ବାବୁସାନ ଓ ପ୍ରକୃତିଙ୍କୁ ଡାକନ୍ତି, ସେମାନେ ସେଠାକୁ ଯିବା ସାଧାରଣ କଥା। କାରଣ ଦର୍ଶକ ଚାହୁଁଛନ୍ତି ଫିଲ୍ମ କାମରେ ଏକାଠି ହେବା ସାଧାରଣ କଥା। ବାବୁସାନ୍‌ଙ୍କ ପରିବାର ବିଗିଡ଼ିବାରେ ପ୍ରକୃତିର ଭୂମିକା ନଥିଲା ଏବଂ ଭବିଷ୍ୟତରେ ରହିବ ନାହିଁ। ତେଣୁ ରିଲ୍‌ ଲାଇଫ୍‌କୁ ରିଅଲ୍‌ ଲାଇଫ୍‌ ଭାବିବା ଦୁର୍ଭାଗ୍ୟଜନକ।

ଜୀବନରେ ସୁଖ, ଦୁଃଖ, ଦ୍ବନ୍ଦ୍ବ ସବୁକୁ ସାମ୍ନା କରିବାକୁ ପଡ଼ିବ। ଆଜି ଦିନଟା ମୋର ଡିଷ୍ଟ୍ରବାନ୍ସରେ ଚାଲିଛି। ତେବେ ବିଚଳିତ ନ ହୋଇ କାମ କରିବାର ଅଛି। ପ୍ରକୃତି ଚେନ୍ନାଇ ଯାଇଛି। ସେଠାରେ ସେ ଉତ୍କଳ ସମାଜ  ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇସାରିଛି। ପ୍ରକୃତି ମାନସିକ ସ୍ତରରେ ଠିକ ଅଛି।  ଆସନ୍ତାକାଲି ଚେନ୍ନାଇରୁ ମୁମ୍ବାଇ ଯିବ। ପ୍ରକୃତି ବହୁତ କମ ସମୟ ପାଇଁ ଭୁବନେଶ୍ବର ଆସେ। ଭୁବନେଶ୍ବର ଆସିଲେ ବାବୁସାନଙ୍କ ସହିତ ମିଳାମିଶା କରେ। ଏହା ସେମାନଙ୍କର ପୁରୁଣା ସଂପର୍କ। ଏକ ବନ୍ଧୁତ୍ବର ସଂପର୍କ।

ପ୍ରକୃତି କିଛି ଭୁଲ କରିନାହିଁ। ପ୍ରକୃତିର କିଛି ଅଭାବ ନାହିଁ। ତେଣୁ ସେ ବାବୁସାନଙ୍କୁ କାହିଁକି ବ୍ଲାକମେଲିଂ କରିବ। ବାବୁସାନ ଓ ପ୍ରକୃତିଙ୍କ ସଂପର୍କକୁ ଭ୍ରମାତ୍ମକ କରାଯାଉଛି। ବାବୁସାନଙ୍କ ପରିବାରରେ ଅଶାନ୍ତି ସୃଷ୍ଟି ହେବାରେ ପ୍ରକୃତିଙ୍କର କୌଣସି ଭୂମିକା ନାହିଁ। ଆଜି ଯାହା ଘଟିଛି, ତାହା ଦୁର୍ଭାଗ୍ୟଜନକ। ବାବୁସାନଙ୍କ ସହିତ ମୋର ଭଲ ସଂପର୍କ ରହିଛି ବୋଲି ପ୍ରକୃତି କହିଥିଲେ। ଅନ୍ୟମାନେ ଯାହା ଭାବୁଛନ୍ତି, ତାହା ସନ୍ଦେହ। ତୃପ୍ତି ଆଜି ଗୁଣ୍ଡାମାନଙ୍କୁ ଆଣି ମୋ ଝିଅକୁ ଆଘାତ ଦେଇଛନ୍ତି। ତୃପ୍ତି ଅପରାଧ କରିଛନ୍ତି। ମୁଁ ଆଇନ ବାଟରେ ଯିବି, ସେମାନେ ମଧ୍ୟ ଆଇନ ରାସ୍ତାରେ ଯାଆନ୍ତୁ।

ସମ୍ବନ୍ଧିତ ଖବର