ପୁରୀ : ତାଳବଣିଆ ଅଞ୍ଚଳରେ ବୃକ୍ଷରୋପଣ ସହ ଏହାର ରକ୍ଷଣାବେକ୍ଷଣ ଦିଗରେ ‘ଉମିଦ ଫାଉଣ୍ଡେସନ’ର ଉଲ୍ଲେଖନୀୟ ଉଦ୍ୟମକୁ ମିଳିଛି ସ୍ବୀକୃତି। ଚଳିତ ବର୍ଷ ଉମିଦ୍ ଫାଉଣ୍ଡେସନ୍ ସହ ପୁରୀ ଜିଲ୍ଲାର ମୋଟ୍ ୬ଟି ଅନୁଷ୍ଠାନ'ପ୍ରକୃତି ମିତ୍ର' ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାର ପାଇଁ ୬ଟି ସଂଗଠନର ତାଲିକା ପ୍ରକାଶ ପାଇଛି।
ସେଣ୍ଟର ଫର ଏନଭାର୍ଣ୍ଣମେଣ୍ଟ ଷ୍ଟଡିଜ୍ (ସିଇଏସ୍କ)ର ଅନୁଧ୍ୟାନ ପରେ ବ୍ରହ୍ମଗିରି ବେଢ଼ା ସୁନ୍ଦରର ‘ୱେଲଫେୟାର୍ ଏଜେନ୍ସି ଫର୍ ରୁରାଲ୍ ଡେଭଲପମେଣ୍ଟ୍’, ଘୋରଡ଼ିଆ କୁଆପଡ଼ାର ‘ବାବା ବାଣୀବକ୍ରେଶ୍ବର ସେବକ ସମାଜ’, ବନପଡ଼ାର ‘ମା ଜାଗେଶ୍ବରୀ ଇଡିସି’, କଳାପଦର ସାନଓରାର ସାନଓରା ୟୁପି ସ୍କୁଲ, ନିମାପଡ଼ା ଗଡ଼ଅଣ୍ଡିଆର ‘ନୟାସବେରା ୟୁଥ୍ ଟ୍ରଷ୍ଟ’ ଓ ପୁରୀ ପୌରାଞ୍ଚଳର ‘ଉମିଦ ଫାଉଣ୍ଡେସନ’କୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯିବା ନେଇ ଚୟନ କରାଯାଇଛି। ଆସନ୍ତା ଜୁନ ୫ ତାରିଖ ପରିବେଶ ଦିବସ ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ୬ଟି ଅନୁଷ୍ଠାନକୁ ସମ୍ମାନିତ କରାଯିବ। ୨୦ ହଜାର ଟଙ୍କାର ଅର୍ଥରାଶି ସହ ଅନୁଷ୍ଠାନକୁ ସମ୍ବର୍ଧିତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/plantation-tree.jpg)