ଭୁବନେଶ୍ବର: ଆଜି ସକାଳେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ଗାଡ଼ିରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ରାସ୍ତା ଉପରେ ଦୁଇ ଜଣଙ୍କୁ ଟଣାଓଟରା କରିବା ସହ ମାଡ଼ମରିବାକୁ ଉଦ୍ୟମ କରିଥିଲେ। ଭୁବନେଶ୍ବରର ସତ୍ୟନଗର ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହାପରେ ଖବର ଗଣମାଧ୍ୟମକୁ ଆସିଥିଲା। ଚର୍ଚ୍ଚା ହୋଇଥିଲା କି ବାବୁସାନଙ୍କ ସହ ପ୍ରକୃତିଙ୍କ ସଂପର୍କକୁ ବିରୋଧ କରୁଥିଲେ ପତ୍ନୀ ତୃପ୍ତି। ଏଣୁ ସେ ସର୍ବସମକ୍ଷରେ ଏପରି କାଣ୍ଡ ଘଟାଇବାକୁ ପଛାଇ ନଥିଲେ।
ଏହାରି ମଧ୍ୟରେ ‘କନକ ନ୍ୟୁଜ୍’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ତୃପ୍ତି କହିଛନ୍ତି ଯେ, ଆଜି ବାବୁସାନ୍ ଚେନ୍ନାଇ ଯିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲି। ପ୍ରକୃତି ମିଶ୍ର ମଧ୍ୟ ତାଙ୍କ ସାଙ୍ଗରେ ଯିବେ ବୋଲି ମୋର ସନ୍ଦେହ ହୋଇଥିଲା। ବାବୁସାନ୍ଙ୍କ ସହ ସଂପର୍କରୁ ଦୂରେଇ ରହିବା ଲାଗି ତୃପ୍ତି ଏକଦା ତାଙ୍କୁ ତାଗିଦ୍ କରିଥିବା ବେଳେ ଆମ ଭିତରେ ଯିଏ ପଶିବ, ପରିଣାମ ଭୋଗିବ ବୋଲି ପ୍ରକୃତି କହିଥିଲେ। ମୁଁ ବାବୁସାନ୍ଙ୍କୁ ସେଠାରୁ କାଢ଼ିବାକୁ ଚାହୁଁଥିଲି। ପ୍ରକୃତି ମୋତେ ପ୍ରଥମେ ଧକ୍କା ମାରିଥିଲେ। ଆମ ଘରେ କିଛି ମାସ ଧରି ବାବୁସାନ ରହୁ ନ ଥିଲେ ବୋଲି ତୃପ୍ତି ସୂଚନା ଦେଇଛନ୍ତି।
Image courtesy Kalinga TVଆହୁରି ମଧ୍ୟ ତୃପ୍ତି କହିଛନ୍ତି ଯେ, ୨୦୨୦ ସେପ୍ଟେମ୍ବର ୨୨ରେ ମୁଁ ଗର୍ଭବତୀ ଥିବା ଜାଣିଲି। ୨୩ ତାରିଖରେ ସେମାନଙ୍କର ସଂପର୍କ ବିଷୟରେ ଜାଣିବାକୁ ପାଇଥିଲି। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ଏକଥା ଜାଣିଥିଲେ। ସେ ଦୁଇଜଣ ଆଉ ହାତରେ ନଥିବା କହିଥିଲେ ପ୍ରକୃତିଙ୍କ ବାପା। ୨୦୨୨ ମାର୍ଚ୍ଚ ୨ ତାରିଖରେ ପ୍ରକୃତିଙ୍କ ଜନ୍ମଦିନରେ ବାବୁସାନ ଏକ ଲକେଟ ଉପହାର ଦେଇଥିଲେ। ଏହି ସମୟରେ ମୁଁ ତାଙ୍କୁ ଧରିଥିଲି। ମୁଁ ମୋର ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲି। ତେଣୁ ଆଗରୁ ଚୁପ୍ ରହୁଥିଲି। ମୋ ଶାଶୁ ମଧ୍ୟ ଏକଥା ଜାଣିଛନ୍ତି। ବାବୁସାନ୍ଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ମାତ୍ର ପରିସ୍ଥିତି ନ ସୁଧୁରିବାରୁ ଏପରି ପଦକ୍ଷେପ ନେବାକୁ ବାଧ୍ୟହେଲି। ମୁଁ ମଧ୍ୟ ସେମାନଙ୍କର ନାଁରେ ମାମଲା କରିବା ନେଇ ଚିନ୍ତା କରୁଛି। ଆଗକୁ ବହୁ ଚିନ୍ତାକରି ନିଷ୍ପତ୍ତି ନେବି।
ସାକ୍ଷାତକାରରେ ସେ ଆହୁରି ମଧ୍ୟ କହିଛନ୍ତି, ବାବୁସାନଙ୍କୁ ପ୍ରକୃତି ମିଶ୍ର ବ୍ଲାକମେଲିଂ କରୁଥିଲେ। ଛାତ ଉପରୁ ଡେଇଁପଡ଼ିବି କହୁଥିଲେ। ହାତକାଟିଦେବାକୁ ଧମକ ଦେଉଥିଲେ। ଉଭୟ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ସଂପର୍କ ରହିଛି। ଅନେକ ଥର ଉଭୟଙ୍କୁ ଧରିଛି। ଉଭୟଙ୍କୁ ମୁଁ ବମ୍ବେ, ଭୁବନେଶ୍ବର ଓ ଗୋଆରେ ଧରିଛି। ପ୍ରକୃତିଙ୍କୁ ଛାଡ଼ିବା ପାଇଁ ବାବୁସାନଙ୍କୁ କହୁଥିଲି। କିନ୍ତୁ ସେମାନେ ବୁଝୁ ନଥିଲେ। ରାତି ରାତି ଧରି ଉଭୟ ବାବୁସାନ୍ ଓ ପ୍ରକୃତି ବାହାରେ ରହୁଥିଲେ।
ତେବେ ଅନ୍ୟପକ୍ଷରେ ସାମଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରକୃତି କହିଛନ୍ତି ଯେ ପ୍ରତ୍ୟକ କାହାଣୀର ଦୁଇଟି ପାର୍ଶ୍ବ ଥାଏ। ମୁଁ ନିଶ୍ଚିତ ଯେ ମୁଁ ଠିକ ରାସ୍ତାରେ ଅଛି। ବାବୁସାନଙ୍କ ସ୍ତ୍ରୀଙ୍କ ଏପରି ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ। ଆଇନ ଉପରେ ମୋର ପୂରା ଭରସା ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/e3b3250d-610a-4714-ac0d-eae79e203f17.jpg)