ପ୍ରମିଳାଙ୍କ ଭୟ ଦୂରେଇଥିଲେ ନବୀନ, ଏହି ଭିଡିଓରେ ଗୁମର ଖୋଲିଛନ୍ତି ଆସ୍କା ସାଂସଦ

ବିଶେଷ ରିପୋର୍ଟ: ବୋୖଦ୍ଧାୟନ ଆଚାର୍ଯ୍ୟ

ଧାନବିଲ ଖସଖସ ଲୋ ମକର ଗାଇ ଦିନେ ସେ ଘରକୁ ଘର ଯାଉଥିଲେ | ମହିଳାଙ୍କୁ କିଭଳି ସ୍ୱାବଲମ୍ବୀ କରିହେବ ତାହାର ପ୍ରୟାସରେ ଥିଲେ, ଏବେ ସେହି ସ୍ୱରକୁ ସଂସଦରେ ଉଠାଉଛନ୍ତି | ନିଜ ଅଞ୍ଚଳର ବିକାଶ କିଭଳି କରିହେବ, ସେ ନେଇ ପ୍ରସଙ୍ଗ ଉଠାଉଛନ୍ତି ଆସ୍କା ସାଂସଦ ପ୍ରମିଳା ବିଷୋୟୀ | ଝିଅ,ବୋହୁ,ମା, ଶାଶୁ ପରେ ଏବେ ଆସ୍କା ଲୋକଙ୍କ ପ୍ରତିନିଧିଭାବେ ନୂଆ ଦାୟିତ୍ୱ ନିର୍ବାହ କରୁଛନ୍ତି, ବୟସ ୭୦ ଛୁଇଁଛି ସତ କିନ୍ତୁ କମିନି କାମ କରିବାର ଉତ୍ସାହ | ପଲ୍ଲୀରୁ ଦିଲ୍ଲୀ ଯାଇଛନ୍ତି, ନୂଆ ଜାଗାରେ ବି ଗାଁ କଥା ଭାରି ମନେପଡିଛି | ୨ ମାସ ଦିଲ୍ଲୀରେ କେମିତି କଟିଥିଲା ଓ କିଭଳି ଥିଲା ସଂସଦରେ ଅନୁଭୂତି ସମ୍ବାଦ ଡଟ ଇନକୁ ଦେଇଥିବା ସାକ୍ଷାତକାରରେ ସାଂସଦ ପ୍ରମିଳା ବିଷୋୟୀ ନିମ୍ନୋକ୍ତ ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ |


ସାକ୍ଷାତକାରର ମୁଖ୍ୟାଂଶ
-ବ୍ରହ୍ମପୁର-ସମ୍ବଲପୁର ରେଳପଥ କିଭଳି ହୋଇପାରିବ ସେ ନେଇ ପ୍ରମୁଖ ଦୃଷ୍ଟି ଦେବି
-ଚାଷୀ ମା, ଗରିବ ମା ଦିଲ୍ଲୀରେ କେମିତି କାର କିଣି ବୁଲିବି !
-୨ ମାସ ଦିଲ୍ଲୀ ରହଣିରେ ଗାଁ କଥା ଭାରି ମନେପଡ଼ୁଥିଲା
-ମୁଖ୍ୟମନ୍ତ୍ରୀଙ୍କ ସହ ବୁଲିଥିଲି, ଭୟ କାହିଁକି କରିବି
-ଜଗନ୍ନାଥଙ୍କୁ ପ୍ରାର୍ଥନା କରି ସଂସଦ ଯାଉଥିଲି
-ପାର୍ଲାମେଣ୍ଟରୁ ବହୁତ କିଛି ଜାଣିଲି, ଶିଖିଲି
-ଓଡ଼ିଆ ମା, ସଂସଦରେ ଓଡ଼ିଆ ଭାଷାରେ ହିଁ କହିବି

ସ୍ୱାମୀଙ୍କ ସହ ପ୍ରମିଳା ବିଷୋୟୀ
ସମ୍ବନ୍ଧିତ ଖବର