ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପୁଅ ପ୍ରମୋଦଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ପ୍ରମୋଦ ଭଗତ | ପ୍ରମୋଦଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ବର୍ଦ୍ଧନା ଦିଆଯାଇଛି | ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ଓ ଶୁଭେଛୁ ପ୍ରମୋଦଙ୍କୁ ଶୁଭକାମନା ଜଣାଇଛନ୍ତି | ଏଠାରେ ସୂଚନା ଥାଉ କି ଓଡ଼ିଶାର ପ୍ରଥମ ପାରା କ୍ରୀଡ଼ାବିତ ରୂପେ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମର୍ଯ୍ୟାଦାଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ ।

ସର୍ବଭାରତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜଣେ ପାରା ବ୍ୟାଡମିଣ୍ଟନ ଖେଳାଳି ରୂପେ ପ୍ରମୋଦ ତାଙ୍କର ଚମତ୍କାର ପ୍ରଦର୍ଶନ ବଳରେ ଏକାଧିକ ପଦକ ଜିତିବାରେ ସଫଳତା ସାଉଁଟିଛନ୍ତି। ଅତାବିରାରୁ ଆରମ୍ଭ ହୋଇଥିବା ତାଙ୍କ ସଂଘର୍ଷ ବିଶ୍ବ ଦରବାରରେ ତାଙ୍କୁ ଜଣେ ସଫଳ ପାରା ବ୍ୟାଡମିଣ୍ଟନ ଖେଳାଳି ରୂପେ ପ୍ରତିଷ୍ଠା ଦେଇଛି। ପାରା ବ୍ୟାଡମିଣ୍ଟନରେ ତାଙ୍କ ରୋମାଞ୍ଚକର ଅନୁଭୂତି ତଥା ପ୍ରେରଣାଦାୟକ ପ୍ରଦର୍ଶନ ସମସ୍ତ କ୍ରୀଡ଼ାବିତଙ୍କ ମନକୁ ଛୁଇଁଛି। ଦେଶରେ ପାରା ଆଥଲେଟିକ୍ସର ପ୍ରଚାର ଓ ପ୍ରସାର କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର