ଯୌନ ଶୋଷଣ ମାମଲାରେ ଗିରଫ ହେଇ ଜେଲ୍‌ ଯାଇଥିବା କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ କାହିଁକି ବହିଷ୍କାର କରାଯିବନି? ସାତ ଦିନରେ ଜଣାଇବାକୁ ନିର୍ଦ୍ଦେଶ

ଉପସଭାପତିଙ୍କୁ ଅତିରିକ୍ତ ସଭାପତି ଦାୟିତ୍ବ

କେନ୍ଦ୍ରାପଡ଼ା : ଯୌନ ଶୋଷଣ ମାମଲାରେ ଗିରଫ ହେଇ ଜେଲ୍‌ ଯାଇଥିବା କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ରାଜ୍ୟ କୋ-ଅପରେଟିଭ୍‌ ସୋସାଇଟିର ରେଜିଷ୍ଟ୍ରାର‌୍‌ ବିଭୂତି ଭୂଷଣ ପଟ୍ଟନାୟକ ଓଡ଼ିଶା କୋ-ଅପରେଟିଭ୍‌ ସୋସାଇଟି ଆଇନ ୧୯୬୨, ସେକ୍ସନ୍‌ ୩୨ରେ ଆଜି ନୋଟିସ୍‌ ଜାରି କରି ସଭାପତି ଶ୍ରୀ ସାହୁଙ୍କୁ କାହିଁକି ସଭାପତି ଓ ବୋର୍ଡ ସଭ୍ୟ ପଦରୁ ବହିଷ୍କାର କରାଯିବ ନାହିଁ, ସେ ସଂପର୍କରେ ଆସନ୍ତା ସାତ ଦିନ ଭିତରେ ମତ ରଖିବାକୁ ସୋସାଇଟିର ପରିଚାଳନା କମିଟି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଏହାସହିତ ଯେ ପର୍ଯ୍ୟନ୍ତ ଆଇନ ଅନୁଯାୟୀ ମାମଲାର ସମାଧାନ ନ ହେଇଛି, ସେ ପର୍ଯ୍ୟନ୍ତ ଶ୍ରୀ ସାହୁ ସୋସାଇଟି ଆସିପାରି‌ବେ ନାହିଁ ବୋଲି ରେଜିଷ୍ଟ୍ରାର‌୍‌ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଉପସଭାପତି ଅନସୂୟା ସାମଲଙ୍କୁ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ସ˚ପାଦନ କରିବା ପାଇଁ ନିର୍ଦ୍ଦେଶ ‌ଦିଆଯାଇଛି।

ନୋଟିସ୍‌ରେ ଶ୍ରୀ ସାହୁଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅତ୍ୟନ୍ତ ସ˚ଗିନ ବୋଲି ଦର୍ଶାଯାଇଛି। ଏହାଦ୍ବାରା ସୋସାଇଟିର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ସହ ବୋର୍ଡ ସଭ୍ୟ ଓ ସାଧାରଣ ଲୋକଙ୍କ ପାଖକୁ ଭୁଲ୍‌ ବାର୍ତ୍ତା ଯାଇଛି ବୋଲି ଉଲ୍ଲେଖ କରାଯାଇଛି। ଏଭଳି ସ୍ଥିତିରେ ଶ୍ରୀ ସାହୁ ଅଧିକ ଦିନ ସଭ୍ୟ ଓ ସଭାପତି ଭାବେ ରହିବା ଉଭୟ ସୋସାଇଟି ଓ ସମାଜର ସ୍ବାର୍ଥ ପାଇଁ କ୍ଷତି ବୋଲି ରେଜିଷ୍ଟ୍ରାର‌୍‌ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର