ପ୍ରମୋଦିନୀ ନାଇକ ହତ୍ୟା ମାମଲାର ପର୍ଦାଫାସ: ତଣ୍ଟି ଚିପି ପାଣିରେ ବୁଡ଼ାଇ ମାରିଥିଲା ଅଭିଯୁକ୍ତ

ବ୍ରହ୍ମପୁର: ଗତ ମେ ମାସରେ ସଂଗଠିତ ପ୍ରମୋଦିନୀ ନାଇକ ହତ୍ୟା ମାମଲାର ପର୍ଦାଫାସ କରିଛି ବ୍ରହ୍ମପୁର ପୁଲିସ୍। ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମରେ ଘଟିଥିବା ପ୍ରମୋଦିନୀ ନାଇକ ହତ୍ୟା ମାମଲାରେ ହତ୍ୟାକାରୀକୁ ଧରିବାରେ ବ୍ରହ୍ମପୁର ପୁଲିସ୍ ସଫଳ ହୋଇଛି। ଗିରଫ ଅଭିଯୁକ୍ତର ନାଁ ପ୍ରକାଶ ବେହେରା(୩୫)।

ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ପ୍ରକାଶ ବେହେରା ବିବାହିତ। ସେ ଦୁଇ ସନ୍ତାନର ପିତା ମଧ୍ୟ। ତାର ଘର ଦେଖାଳି ଗ୍ରାମରେ। ପ୍ରମୋଦିନୀ ନାଇକ ଶୌଚ କରିବା ସମୟରେ ଏବଂ ନଦୀକୁ ଗାଧୋଇବା ସମୟରେ ସେ ତାଙ୍କୁ ଲୁଚି ଲୁଚି  ଦେଖୁଥିଲା। ଗତ ମେ ୧୦ ତାରିଖରେ ପ୍ରମୋଦିନୀ ନଦୀରେ ଏକୁଟିଆ ଗାଧୋଉଥିବା ସମୟରେ ପାଣି ଭିତରକୁ ଯାଇ ତାଙ୍କୁ ପ୍ରକାଶ କୁଣ୍ଢେଇ ପକାଇଥିଲା। ଏହାକୁ ବିରୋଧ କରି ପ୍ରମୋଦିନୀ ଚିତ୍କାର କରିବାରୁ ପ୍ରକାଶ ତଣ୍ଟି ଚିପି ତାଙ୍କୁ ପାଣିରେ ବୁଡ଼ାଇ ମାରିଥିଲା।
ଉଲ୍ଲେଖଯୋଗ୍ୟ, ଗତ ମେ ୧୦ ତାରିଖରେ ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ପ୍ରମୋଦିନୀ ନାଇକ(୨୨)ଙ୍କୁ ହତ୍ୟା କରାଯାଇ ଯୋଡ଼ା ନଦୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର