ତିନି ବରିଷ୍ଠ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ବର: ତିନିଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ସେମାନେ ବରିଷ୍ଠ ଶ୍ରେଣୀରୁ ସୁପରଟାଇମ୍‌ ସ୍କେଲ୍‌କୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଉପ ଜିଲ୍ଲାପାଳ, ବଲାଙ୍ଗୀରର ଭୈରବ ଚନ୍ଦ୍ର ପଟେଲ୍‌ ଓ ଭୁବନେଶ୍ବର ସ୍ମାର୍ଟସିଟିର ଜେନେରାଲ୍‌ ମ୍ୟାନେଜର(ଅପରେସନ) ବିଜୟ କୁମାର ସ୍ବାଇଁ। ପରବର୍ତୀ ଆଦେଶ ପର୍ଯ୍ୟନ୍ତ ସେମାନେ ନିଜ ନିଜ ପଦବିରେ ରହି କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ କରିଛି ବିଜ୍ଞପ୍ତି।

ସମ୍ବନ୍ଧିତ ଖବର