ପ୍ରଣବ ଦାସ ସିବିଆଇସିର ନୂଆ ଅଧ୍ୟକ୍ଷ

ଭୁବନେଶ୍ବର : ପ୍ରଣବ କୁମାର ଦାସ ଆସନ୍ତାକାଲି ଠାରୁ ପରୋକ୍ଷ ଟିକସ ଓ ସୀମା ଶୁଳ୍କ କେନ୍ଦ୍ରୀୟ ବୋର୍ଡ (ସିବିଆଇସି)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। ଏହି ପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ତାଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ୍ ୩୦ରେ ଶେଷ ହେବ। ଏବେ ସେ ସିବିଆଇସିର ସ୍ବତନ୍ତ୍ର ସଚିବ ଏବଂ ସଦସ୍ୟ (ସୀମା ଶୁଳ୍କ) ଭାବେ କାମ କରୁଛନ୍ତି। ଅଧ୍ୟକ୍ଷ ପଦରେ ଥିବା ଏସ୍‌ ରମେଶ ଅବସର ଗ୍ରହଣ କରିବା ପରେ ଶ୍ରୀ ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ୧୯୮୩ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ଶ୍ରୀ ଦାସଙ୍କୁ ୨୦୧୭ରେ ସିବିଆଇର ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଜିଏସ୍‌ଟି ଲାଗୁ କରିବାରେ ଶ୍ରୀ ଦାସଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା।

ସମ୍ବନ୍ଧିତ ଖବର