ପ୍ରଣବ ପଟ୍ଟନାୟକଙ୍କୁ ‘ସଙ୍ଗୀତ ସୁଧାନିଧି’ ଉପାଧି

ଫକୀରମୋହନ ସାହିତ୍ୟ ପରିଷଦର ବିଷୁବ ମିଳନ ଆଜି

ବାଲେଶ୍ବର: ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ଓଡ଼ିଶାର ସଙ୍ଗୀତ ସାଧକ ପ୍ରଣବ ପଟ୍ଟନାୟକଙ୍କୁ ‘ସଙ୍ଗୀତ ସୁଧାନିଧି’ ଉପାଧି ପ୍ରଦାନ କରାଯିବ। ୧୯୫୦ ମସିହାରେ ସଙ୍ଗୀତଗୁରୁ ବାଳକୃଷ୍ଣ ଦାଶଙ୍କୁ ପରିଷଦ ତରଫରୁ ‘ସଙ୍ଗୀତ ସୁଧାକର’ ଉପାଧିରେ ମଣ୍ତନ କରାଯାଇଥିଲା।

ଦୀର୍ଘ ୭୨ ବର୍ଷ ପରେ ଶ୍ରୀ ପଟ୍ଟନାୟକଙ୍କୁ ଆସନ୍ତାକାଲି ଶାନ୍ତିକାନନରେ ବିଷୁବ ମିଳନ ଅବସରରେ ଏହି ଉପାଧି ପ୍ରଦାନ କରାଯିବ। ପ୍ରଣବ ପଟ୍ଟନାୟକ ଗାନ କରିଥିବା କିଛି ସଙ୍ଗୀତକୁ ନେଇ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ।

ଏହି ଅବସରରେ ନିର୍ମଳା ମହାନ୍ତି, ଆଇନଜୀବୀ ଶମ୍ଭୁନାଥ ମହାନ୍ତି, ସାରସ୍ବତ ସାଧକ ପୀତାମ୍ବର ପ୍ରଧାନ, ସମାଜସେବୀ ସନ୍ତୋଷ କୁମାର ଦାସ, ହାସ୍ୟାଭିନେତା ମନୋରଂଜନ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ସନ୍ଧ୍ୟା ୭ଟାରେ କେବଳ ମହିଳାମାନଙ୍କ ଦ୍ବାରା ‘ହାୟ ହାୟ ହରକଳା’ ନାମକ ନାଟକ ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରି ପ୍ରଣବ ପଟ୍ଟନାୟକଙ୍କ ପ୍ରତି ସମ୍ମାନ ଜଣାଇବାକୁ ପରିଷଦର ସଭାପତି ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ସମ୍ପାଦକ ଦୀପକ ବୋଷ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର