ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଶୁଣି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଟୁଇଟ୍ କରିଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟୁଇଟ୍ର ଜବାବ୍ ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଇ ଦିଲ୍ଲୀରେ ଥାଇ ଓଡ଼ିଶା ବାବଦରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ଏବଂ ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣି ମତ ରଖିଥାନ୍ତି। ତୁମର ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରହି ସବୁ ଜାଣି ବି ମୁହଁ ନ ଖୋଲି ଦଳୀୟ ଲୋକଙ୍କୁ ସୁହାଇଲା ଭଳି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରନ୍ତି। ତୁମ ସରକାର କଳାକୁ ଧଳା କରିବାରେ ଧୂରନ୍ଧର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଘଟଣା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ପୁଲିସ ହେପାଜତରେ ଥିଲା। ତେବେ କିଭଳି ନମ୍ବର ପ୍ଲେଟ୍ ବଦଳିଲା, ତାହା ତୁମ ପୁଲିସ ପ୍ରଶାସନର ପାରିବାପଣିଆକୁ ଦର୍ଶାଉଛି ଏବଂ ଏହି ମାମଲା ସର୍ବସାଧାରଣରେ ପ୍ରଶ୍ନବାଚୀ ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସହରରେ ଚାରି ଜଣଙ୍କର ହତ୍ୟା ହେଲା। ଏପର୍ଯ୍ୟନ୍ତ ପୁଲିସର ତଦନ୍ତ କେଉଁଠି ଅଛି, କେଉଁ ଅବସ୍ଥାରେ ଅଛି, କେବେ ତଦନ୍ତ ଶେଷ ହେବ, ତାହା ପ୍ରଶ୍ନବାଚୀ। ଏଥିରୁ ସାରା ଓଡ଼ିଶାର ଆଇନଶୃଙ୍ଖଳା କ’ଣ ହେବ ସ୍ପଷ୍ଟ ଅନୁମେୟ। ଓଡ଼ିଶାର ଲୋକ ହିଂସାକୁ ପ୍ରଶୟ ଦିଅନ୍ତି ନାହିଁ । ତୁମ ଦଳର ନେତା ଓ ବିଧାୟକ ମାନଙ୍କ ଦ୍ୱାରା ପ୍ରାୟୋଜିତ ହିଂସାର ପରିଣାମ ଓଡ଼ିଶା ଆଜି ଭୋଗୁଛି, ଯାହା ତୁମେ ଭଲ ଭାବରେ ଜାଣିଛ। ପଶ୍ଚିମବଙ୍ଗରେ ସରକାର ହିଂସାକୁ ଯେଉଁଭଳି ଭାବରେ ପ୍ରଶୟ ଦେଉଛି, ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଉଛି । ତୁମେ ତୁମର ମୁଖିଆଙ୍କୁ ଭଲରେ ବୁଝାଇ ଓଡ଼ିଶାର ଜନସାଧାରଣ ଶାନ୍ତିରେ କେମିତି ରହିପାରିବେ ଓ ନ୍ୟାୟ ପାଇବେ, ତା’ ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା ବୋଲି ଶ୍ରୀ ହରିଚନ୍ଦନ ଟୁଇଟ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Prithviraj-Harichandan.jpg)