ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଚାନକ ଗସ୍ତର ଦିନକ ପରେ ଆଜି ପୂର୍ବାହ୍ଣରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ (ବବି)ଙ୍କ ପାରଳାଖେମୁଣ୍ଡି ଆଗମନ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି।
ଏଠାରେ ବବି ପହଞ୍ଚିବା ପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ତା’ପରେ ସର୍କିଟ ହାଉସ୍ରେ ପହଞ୍ଚିଥିଲେ। ସେଠାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶଙ୍କ ଉପସ୍ଥିତିରେ ଦଳୀୟ କର୍ମୀ ଓ ଜିଲ୍ଲାର ସବୁ ସ୍ତରର ନେତାମାନଙ୍କ ସହ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେ କହିଥିଊେ, ଆମେ ସମସ୍ତେ ବିଜୁ ଜନତା ଦଳର କର୍ମୀ ଏବଂ ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ହାତ ମୁଠାକୁ ଟାଣ ରଖିବା ପାଇଁ ସଭିଏଁ କାର୍ଯ୍ୟ କରିବା ଉଚିତ। ଏଥିସହିତ, ଦଳରେ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାଇ ଦେଇଥିଲେ।
ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ, ବରିଷ୍ଠ ନେତା ଡ.ତିରୁପତି ପାଣିଗ୍ରାହୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/pranab.jpg)