ପ୍ରାଣନାଥ କଲେଜର ପୁରାତନ ଛାତ୍ର ସଂସଦର ଅଧିବେଶନ

ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।

ଗତକାଲି କଲେଜ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସରକାରଙ୍କ ମୋ କଲେଜ କାର୍ଯ୍ୟକ୍ରମ ଓ ଏଥିରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ସଂସଦର ଉପସଭାପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଯୁଗ୍ମ ସମ୍ପାଦକ ଗୋପାଳକୃଷ୍ଣ ଦାସ, ମୋ କଲେଜ କାର୍ଯ୍ୟକ୍ରମର ସଂଯୋଜ ଡ ସନ୍ତୋଷ ମିଶ୍ର ପ୍ରମୁଖ ପ୍ରାଣନାଥ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ନିର୍ମାଣାଧୀନ ଅଭିଲେଖାଗାର, ମୋ କଲେଜ ପାଣ୍ଠୀ ସଂଗ୍ରହ ଓ ବିନିଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଉପାଧ୍ୟକ୍ଷା ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର