ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ତତ୍‌ପରତା

ଭବାନୀପାଟଣା/ସୋନପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ପାଇଁ ଆସନ୍ତା ୨ ତାରିଖ ଦିନ ଭବାନୀପାଟଣା ଓ ୬ ତାରିଖରେ ସୁବର୍ଣ୍ଣପୁର ଆସୁଛନ୍ତି। ଏଥିପାଇଁ ବିଜେପି ପକ୍ଷରୁ ତତ୍‌ପରତା ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଭବାନୀପାଟଣାଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପ ସଭାପତି ପ୍ରଦୀପ୍ତ ନାଏକ, ରାଜ୍ୟ ସଂଯୋଜକ ଧିରେନ ସେନାପତି, ଜିଲ୍ଲା ସହ ପ୍ରଭାରୀ ଶଶିଭୂଷଣ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ପ୍ରଧ‌ାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ।

ସେହିଭଳି, ସୋନପୁର ଷ୍ଟାଡିୟମରେ ଆୟୋଜିତ ସଭାରେ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିପାଇଁ ବିଜେପି ବିଧାୟକ ‌ଦଳ ନେତା କନକବର୍ଦ୍ଧନ ସିଂହଦେଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଷ୍ଟାଡିୟମ ବୁଲି ଦେଖିବା ସହିତ ସ୍ଥାନୀୟ ନେତୃବୃନ୍ଦଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏଥିସହିତ, ଦଳୀୟ ନେତୃବୃନ୍ଦ ଏସପି ଦେବୀ ପ୍ରସାଦ ଦାଶଙ୍କୁ ଭେଟି କାର୍ଯ୍ୟକ୍ରମ ସମ୍ପର୍କ‌ରେ ଆଲୋଚନ କରିଛନ୍ତି।

ସମ୍ବନ୍ଧିତ ଖବର