ବିଜୁ କୃଷକ ଜନତା ଦଳ ପୁନର୍ଗଠିତ, ପ୍ରସନ୍ନ ସଭାପତି, ପ୍ରତାପ ସମ୍ପାଦକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନୂତନ ଭାବେ ବିଜୁ କୃଷକ ଜନତା ଦଳ ପୁନର୍ଗଠନ କରିଛନ୍ତି। ଏହି ସଙ୍ଗଠନର ନୂତନ ସଭାପତି ଭାବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସମ୍ପାଦକ ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି।
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଦଳ ଶାସକ ବିଜେପିକୁ ଶକ୍ତ ଧକ୍କା ଦେଇ ଗାଦିଚ୍ୟୁତ କରିଛି। ବିଜେପି ଏହି ରାଜ୍ୟରୁ ଶାସନ କ୍ଷମତା ହରାଇବା ପଛରେ କୃଷକଙ୍କ ଅସନ୍ତୋଷକୁ ମୁଖ୍ୟ କାରଣ ଭାବେ ଦର୍ଶା ଯାଉଥିବା ବେଳେ କଂଗ୍ରେସର କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଅନ୍ୟତମ କାରଣ ବୋଲି କୁହାଯାଉଛି। ଏ ପରିପ୍ରେକ୍ଷୀରେ ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳ ପୁନର୍ଗଠନ କରିଛନ୍ତି। ଆଉ ଏହାର ସଭାପତି ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଥିିବା ବେଳେ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବାକୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର