ଭୁବନେଶ୍ବର : ବିଜୁ କୃଷକ ଜନତା ଦଳର ପୁନର୍ଗଠନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି କୃଷକ ଶାଖାର ସଭାପତି ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ଚାଷ ଓ ଚାଷୀ ଓଡ଼ିଶା ସମେତ ସାରା ଦେଶର ରାଜନୀତିର ଫୋକସ୍ରେ ଥିବାରୁ ବିଜେଡିର କୃଷକ ଶାଖାର ପୁନର୍ଗଠନକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି। ପୁଣି ୫ଟି ରାଜ୍ୟରେ ବିଜେପିର ପରାଜୟ ପାଇଁ ଚାଷ ଓ ଚାଷୀଙ୍କୁ ଅଣଦେଖାକୁ ମୁଖ୍ୟତଃ ଦାୟୀ କରାଯାଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗକୁ ଇଙ୍ଗିତ କରିଥିଲେ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କ ପାଇଁ କିଛି ବଡ଼ ଘୋଷଣା କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେଣୁ ଦଳୀୟ ସଂଗଠନରେ ଅଧିକ ଚାଷୀଙ୍କୁ ସାମିଲ୍ କରି ସେମାନଙ୍କ ନିକଟତର ହେବାକୁ କୃଷକ ଶାଖାକୁ ମଜବୁତ୍ କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି। େସଥି ପାଇଁ ଦୁଇ ଜଣ ଅଭିଜ୍ଞ ନେତାଙ୍କ ହାତରେ କୃଷକ ସଂଗଠନର ଦାୟିତ୍ବ ଦିଆଯାଇଥିବା କୁହାଯାଉଛି। ଖୁବ୍ଶୀଘ୍ର କୃଷକ ଶାଖା ପକ୍ଷରୁ ରାଜ୍ୟ ବ୍ୟାପୀ ପର୍ଯ୍ୟାୟକ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି। ଆଜିର ନିଯୁକ୍ତି ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ ବିଜୁ କୃଷକ ଜନତା ଦଳର ଆବାହକ ଭାବେ ଦାୟିତ୍ବ ତୁଲାଉଥିଲେ।
ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିଜୁ କୃଷକ ଜନତା ଦଳର ସଭାପତି
ପ୍ରତାପ ଜେନା ମହାସଚିବ
/sambad/media/post_attachments/wp-content/uploads/2018/12/prasan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)