ପ୍ରସନ୍ନ ଆଚାର୍ଯ୍ୟଙ୍କ ୬ କୋଟି

ପ୍ରସନ୍ନ ଆଚାର୍ଯ୍ୟ ନିଜର ସଂପତ୍ତି ତାଲିକାରେ ସ୍ଥାବର ଭାବେ ୫ କୋଟି ୨ ଲକ୍ଷ ୨୫ ହଜାର ଟଙ୍କା ଓ ଚାରୁଶିଳାଙ୍କ ପତ୍ନୀଙ୍କ ନାମରେ ୮୪ ଲକ୍ଷ ୫୯ ହଜାର ୪୪ ଟଙ୍କା ଥିବା ଦର୍ଶାଇଛନ୍ତି। ତାଙ୍କ ଯୌଥ ପରିବାରରେ ୪୧ ଲକ୍ଷ ୫୦ ହଜାର ଟଙ୍କା ସ୍ଥାବର ସଂପତ୍ତି ରହିଛି। ଶ୍ରୀ ଆଚାର୍ଯ୍ୟଙ୍କ ପାଖରେ ଅସ୍ଥାବର ସଂପତ୍ତି ବାବଦକୁ ୧ ଲକ୍ଷ ୪୩ ହଜାର ୨୧୫ ଟଙ୍କା ନଗଦ, ବ୍ୟାଙ୍କରେ ୬୪ ଲକ୍ଷ ୨୦ ହଜାର ୪୩୭, ବିତ୍ତୀୟ ସଂସ୍ଥାରେ ୧୭ ଲକ୍ଷ ୭୫ ହଜାର ୪୯୪ ଟଙ୍କା ନିବେଶ, ୧୨ ଲକ୍ଷ ୯୬ ହଜାର ୭୩୨ ଟଙ୍କାର ଯାନବାହନ, ୩ ଲକ୍ଷ ୩୦ ହଜାର ଟଙ୍କାର ଗହଣା ରହିଛି। ପତ୍ନୀଙ୍କ ନାମରେ ୬୨ ଲକ୍ଷ ୬୫ ହଜାର ୨୪୯ ଟଙ୍କା ସ୍ଥାୟୀ ଜମା, ୭ ଲକ୍ଷ ୯୫ ହଜାର ଟଙ୍କାର ସୁନାଗହଣା ଓ ୨୦ ହଜାର ୪ ଶହ ଟଙ୍କାର ରୁପା ଗହଣା ସହ ୧ କୋଟି ୩୧ ଲକ୍ଷ ୭୦ ହଜାର ୭୬୮ ଟଙ୍କାର ଅସ୍ଥାବର ସଂପତ୍ତି ରହିଛି। ନିଜର ସତ୍ୟପାଠରେ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା ଦର୍ଶାଇଥିବା ବେଳେ କୌଣସି ମକଦ୍ଦମାରେ ମଧ୍ୟ ଦୋ‌ଷୀ ସାବ୍ୟସ୍ତ ହୋଇନଥିବା କହିଛନ୍ତି। ଗତ ନିର୍ବାଚନରେ ତାଙ୍କର ୫ କୋଟି ୩୬ ଲକ୍ଷ ଟଙ୍କାର ସଂପତ୍ତି ଥିବା ସତ୍ୟପାଠରେ ଯାଇଥିଲା।

ସମ୍ବନ୍ଧିତ ଖବର