ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବ ବିଜେଡି: ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ | ସେ କହିଛନ୍ତି ଯେ ପୁରପଲ୍ଲୀରେ ଆମେ ସଂଗଠିତ ଦଳ, ଶୃଙ୍ଖଳିତ ଦଳ ଏବଂ ଦଳ ସବୁ ପରିସ୍ଥିତିରେ ଆତ୍ମବିଶ୍ୱାସର ସହ ସମ୍ମୁଖୀନ ହୁଏ | ଅତୀତରେ ଅନେକ ଉପନିର୍ବାଚନ ହୋଇଛି ଓ ୯୦ ଭାଗ ଜାଗାରେ ବିଜେଡିର ଐତିହାସିକ ବିଜୟ ହୋଇଛି | ୩ ମାସ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ହେଲା ଓ ବିପୁଳ ଭୋଟରେ ବିଜେଡି ବିଜୟ ହେଲା | ଝାରସୁଗୁଡା ଉପନିର୍ବାଚନ ଘୋଷଣା ହୋଇସାରିଛି, ଦଳ ସଭାପତି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି | ଆମର ବିଶ୍ୱାସ ଅଛି ଯେ ଝାରସୁଗୁଡାରେ ବିଜେଡିକୁ ଐତିହାସିକ ସଫଳତା ମିଳିବ |

ସବୁ ରେକର୍ଡ ଭାଙ୍ଗି ବିଜେଡି ପ୍ରାର୍ଥୀ ଝାରସୁଗୁଡାରେ ବିଜୟୀ ଲାଭ କରିବେ | ଦଳ ସଭାପତିଙ୍କ ନିର୍ଦ୍ଦେଶରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରୁ, ଝାରସୁଗୁଡାରେ ଦଳ ଯାହାକୁ ଯେଉଁ ଦାୟିତ୍ୱ ଦେବ ସମସ୍ତେ ନିର୍ବାହ କରିବେ | ବିରୋଧୀ ଦଳ ଅନେକ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବେ କିନ୍ତୁ ଆମ ପ୍ରସଙ୍ଗ ହେଉଛି ଜନସାଧାରଣଙ୍କ ବିକାଶ | ବିଜେଡିର ମୁଖ୍ୟ ପ୍ରସଙ୍ଗ ହେଉଛି ବିକାଶ | ଝାରସୁଗୁଡାରେ ବିକାଶର ପ୍ରକ୍ରିୟା ଚାଲିଛି | ସେ ବିକାଶର ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କାର୍ଯ୍ୟ କରାଯିବ | ନବ ଦାସଙ୍କ ସମୟରେ ଝାରସୁଗୁଡାର ବହୁ ବିକାଶ ହୋଇଛି, ଅନେକ ପ୍ରକଳ୍ପ ସରିଛି | ନିର୍ବାଚନରେ ବିଜେଡି ବିଜୟ ହେବ |

ସମ୍ବନ୍ଧିତ ଖବର