କଟକ/ସାଲେପୁର : କିଏ ହେବ ସାଲେପୁରରୁ ବିଜେଡିର ପ୍ରାର୍ଥୀ। ତାକୁ ନେଇ ଲାଗିରହିଥିଲା ଦ୍ବନ୍ଦ୍ବ। ବିଜେଡି ପକ୍ଷରୁ ଏଯାଏ ଏ ସଂପର୍କିତ କୌଣସି ବିଧିବଦ୍ଧ ଘୋଷଣା ହୋଇ ନଥିଲେ ବି ଏ ସଂପର୍କରେ ଘୋଷଣା କରି ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଗତକାଲି ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ମାଳଶାସନ ଯାତ୍ରା ପଡ଼ିଆ ଠାରେ ଆୟୋଜିତ କର୍ମୀସମ୍ମିଳନୀ ଓ ବନ୍ଧୁମିଳିନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ପ୍ରଶାନ୍ତ ବେହେରା ସାଲେପୁରର ବିଜେଡି ପ୍ରାର୍ଥୀ ବୋଲି ଘୋଷଣା କରି ଦେଇଛନ୍ତି। ପ୍ରଶାନ୍ତ ବେହେରାଙ୍କୁ କେହି ଟିକେଟ୍ ପାଇବାରୁ ବଂଚିତ କରିପାରିବେ ନାହିଁ। ସାଲେପୁରରୁ ୫୦ହଜାରରୁ ଅଧିକ ଭୋଟରେ ପ୍ରଶାନ୍ତଙ୍କୁ ବିଜୟୀ କରାନ୍ତୁ। ମାଳଶାସନ, ନାରଦା ପଂଚାୟତରୁ ଅତିକମ୍ରେ ହଜାରେ ଭୋଟରେ ଆଗୁଆ ରଖନ୍ତୁ ବୋଲି କର୍ମୀଙ୍କୁ ଶ୍ରୀ ଜେନା ଆହ୍ବାନ ଦେଇଥିଲେ। ସେହିପରି କୌଣସି ନାଁ ନନେଇ ପରୋକ୍ଷରେ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ଉପରେ ବର୍ଷିଥିଲେ ପ୍ରତାପ। ଯିଏ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ସମାଲୋଚନା କରୁଛନ୍ତି, ସିଏ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ପ୍ରକଳ୍ପକୁ ଫଳକମାରି ବାହାବା ନେଉଛନ୍ତି ବୋଲି ତୀବ୍ର ସମାଲୋଚନା କରିଥିଲେ।
ସାଲେପୁରରୁ ପ୍ରଶାନ୍ତଙ୍କ ଟିକେଟ ନିଶ୍ଚିତ
କହୁ କହୁ କହିଦେଲେ ପ୍ରତାପ
/sambad/media/post_attachments/wp-content/uploads/2019/03/prasabta-fff.jpg)