ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ

ଭୁବନେଶ୍ବର : ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ୟେଲହଂକା ଓ ଧର୍ମାଭରମ୍‌ ଷ୍ଟେସନ ମଧରେ ଅଦ୍ଦରହାଁଲ୍ଲି ଷ୍ଟେସନରେ ଦୋହରୀକରଣ, ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱର-ବାଙ୍ଗାଲୋର ମଧ୍ୟରେ ଚଳାଚଳ କରୁଥିବା ପ୍ରଶାନ୍ତି ଏକ୍ସପ୍ରେସ ଦିନକ ପାଇଁ ଆଂଶିକ ବାତିଲ ରହିବ। ୧୬ ତାରିଖରେ ଭୁବନେଶ୍ବର ଓ ୧୭ ତାରିଖରେ ବାଙ୍ଗାଲୋରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ (୧୮୪୬୩/୧୮୪୬୪) ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ୍‌ ମଧ୍ୟରେ ଚଳାଚଳ କରିବ। ସତ୍ୟସାଇ ପ୍ରଶାନ୍ତି ନିଳୟମ୍‌ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ।

ସମ୍ବନ୍ଧିତ ଖବର