ପ୍ରଶାନ୍ତି ଏକ୍ସପ୍ରେସ ତିନି ଦିନ ପାଇଁ ଆଂଶିକ ବାତିଲ

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ରେଳବାଇର ବେଙ୍ଗାଲୁରୁ ଡିଭିଜନ୍ ଅନ୍ତର୍ଗତ ୟେଲହଙ୍କା ଓ ପେନୁକୋଣ୍ଡା ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ହିନ୍ଦୁପୁର ଓ ଦେବରାପଲ୍ଲୀ ଷ୍ଟେସନରେ ନନ୍‌-ଇଣ୍ଟର ଲକିଂ କାର୍ଯ୍ୟ ପାଇଁ କେତେକ ଟ୍ରେନ୍‌କୁ ବାତିଲ କରାଯାଇଛି। ଆଉ କିଛି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ ଓ ଆଂଶିକ ବାତିଲ ମଧ୍ୟ ହୋଇଛି। ସେଥିମଧ୍ୟରୁ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ(୧୮୪୬୩/୧୮୪୬୪)କୁ ଉଭୟ ଦିଗରୁ ତିନି ଦିନ ପାଇଁ ଆଂଶିକ ବାତିଲ କରାଯିବ।

ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ(୧୮୪୬୩) ଡିସେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ ସତ୍ୟସାଇ ପ୍ରଶାନ୍ତି ନିଳୟମ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ(୧୮୪୬୪) ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ବେଙ୍ଗାଲୁରୁ ପରିବର୍ତ୍ତେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଷ୍ଟେସନରୁ ଭୁବନେଶ୍ୱରକୁ ଯାତ୍ରା କରିବ। ପ୍ରଶାନ୍ତି ଏକ୍ସପ୍ରେସର ସେବା ଉଭୟ ଦିଗରୁ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଓ ବେଙ୍ଗାଲୁରୁ ମଧ୍ୟରେ ବାତିଲ ରହିବ।

ସମ୍ବନ୍ଧିତ ଖବର