ଖୋର୍ଦ୍ଧା/ଚିଲିକା: ଓଡ଼ିଶା ବିଧାନସଭା ଆସନ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଖୋର୍ଦ୍ଧାର ଦ୍ୱିତୀୟ ରାଉଣ୍ଡରେ ବିଜେପିର ପ୍ରଶାନ୍ତ ଜଗଦେବ ୫,୬୮୭ ଭୋଟ୍ ପାଇଥିବାବେଳେ ବିଜେଡିର ରାଜେନ୍ଦ୍ର ସାହୁ ୪,୩୬୩ ଭୋଟ୍ କଂଗ୍ରେସର ସୋନାଲି ସାହୁ ୧୩୦ ଭୋଟ୍ ଏବଂ ସ୍ୱାଧୀନ ପ୍ରାର୍ଥୀ କାଳୁ ଖଣ୍ଡାୟତ ୪୧୧ ଭୋଟ୍ ପାଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ପ୍ରଶାନ୍ତ ୨,୩୮୩ ଭୋଟ୍ ଆଗୁଆ ରହିଛନ୍ତି।
ସେହିପରି ଚିଲିକାରେ-ଦ୍ୱିତୀୟ ରାଉଣ୍ଡରେ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ୯,୪୯୦ ଭୋଟ୍ ପାଇଥିବାବେଳେ, ବିଜେଡ଼ିର ରଘୁନାଥ ସାହୁ ୭,୫୬୬ ଭୋଟ୍ ପାଇଛନ୍ତି। ପୃଥ୍ୱୀରାଜ ହରିଚନ୍ଦନ ୧,୯୨୪ ଭୋଟ୍ରେ ଆଗୁଆ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/18-2.png)